Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ଖେଳିବା ଲୋ ହୋଲି

ଖେଳିବା ଲୋ ହୋଲି

1 min
191


ଆସିଛି ଫଗୁଣ

ଖେଳିବା ଲୋ ହୋଲି ।

ସଜେଇ ରଖିଛି ରଂଗ ପିଚକାରୀ ।।


ପୀରତି ରଂଗରେ 

ତୋ ଦେହକୁ ମୁଁ 

ଦେବି ରଙ୍ଗେଇ ।

ମୁଁ ହେବି କୃଷ୍ଣ 

ତୁ' ମୋ' ମାନିନୀ ରାଧା(0)


ନୀଳ ଗଗନ 

ଅଗଣା ଆମ

ହେବ ଝୁଲଣା।

ଝୁଲିବ ଆମ 

ଦୁଇଟି ମନ

ନ ମାନି ମନା।।

ବହୁଥିବ ଧୀରେ 

ମଳୟ ପବନ।

ଦେହେ ଭରି ଦେଇ

ମୃଦୁ ଶିହରଣ। ।

ଦୁଇ ମନ ଆମ 

ଗୋଟିଏ ସୂତାରେ

ହୋଇବ ବନ୍ଧା-

ମୁଁ ହେବି କୃଷ୍ଣ

ତୁ'ମୋ' ମାନିନୀ ରାଧା(୧)


ଗୋରା ଦେହରେ 

କଳା ରଂଗକୁ 

ଦେବି ଲୋ ବୋଳି ।

ଉଡି ବୁଲିବା ମଳୟ ସାଥେ

ଖେଳିବା ଦୋଳି ।।

ଫୁଲ ଫଗୁଣର 

ଆକାଶୀ ଅଗଣା।

ଭରି ଦେଉଥିବ

ନୂଆ ଉନ୍ମାଦନା।।

ଦୁଇ ମନ ଆମ

ହଜେଇ ଦେବାରେ

ନଥିବ ବାଧା-

ମୁଁ ହେବି କୃଷ୍ଣ

ତୁ' ମୋ' ମାନିନୀ ରାଧା(୨)



Rate this content
Log in