STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ହରିଣାକ୍ଷୀ

ହରିଣାକ୍ଷୀ

1 min
180


ମଧୁମୟ ଧରା ଧାମ ଭାସ୍କରଙ୍କ ଆଗମନ

ସୁଖେ ବିଛୁରିତ ସ୍ବର୍ଣ୍ଣ ତନ୍ତୁ କିରଣ

ଉଲ୍ଲସିତ ଜଗବାସୀ ବିଲୁପ୍ତ ହୁଏ ଉଦାସୀ

ଶାନ୍ତି ବିରାଜିତ ହୋଇ ଭୀତ ଦହନ

ହରିଦ୍ରା କି ନାଇଲା ଧରା

ଯେସନେ କନକ ତନୁ ଦିଶିଲା ତୋରା ।


ତୋର ମନ ପ୍ରାଣ ଜାଣି ଆଣିଛି ରତନ ଖଣି

ଶୁଣ ମୋର ହରିଣାକ୍ଷୀ ମନ ଚଂଚଳେ

ସ୍ବର୍ଣ୍ଣ ଚମ୍ପା ମଥାମଣି ସୁନ୍ଥାରେ ଲଗାଅ ରାଣୀ

ଲୁଚି ଯିବେ ରାଜିବ ଯେ ପଦୁଅଁ ଦଳେ

କନିଅର ଯେସନେ ରଙ୍ଗ

ନୃତ୍ୟେ ମଜ୍ଜି କଣ୍ଠେ ହାର ଥିବ ତୋ ସଙ୍ଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance