STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ଶ୍ରାବଣୀ ଏକ ଝିଅର ନାଆଁ

ଶ୍ରାବଣୀ ଏକ ଝିଅର ନାଆଁ

1 min
8


ଶ୍ରାବଣୀ ଏକ ଝିଅର ନାଆଁ

   ମେଘ ରାଇଜେ ଘର,

କୋଟି ଲାବଣ୍ୟବତୀ ସୁନ୍ଦରୀ

   ଅପୂର୍ବ ରୂପ ତାର।

ବୟସ ତାର ଷୋଳ ସତର

   ଦେହେ ଯୌବନ ଢେଉ‌,

କାମନା ନିଆଁ ସତେ କି ଆହା

    ଜଳୁଛି ଦାଉ ଦାଉ।

ଆଖି ତାହାର କହୁଛି କଥା

    ଓଠ ଅମୃତ ବାଣ୍ଟେ,

ରୂପ ଯେମିତି ଗୁଣ ସେମିତି

    ହୃଦୟ କିଣେ ସତେ।

ଏମିତି ଜଣେ ରାଜକୁମାର

    ଦେଖିଲା ଶ୍ରାବଣୀକୁ‌,

ନିଜଠୁଁ ବଳି ଭଲ ପାଇଲା

    ହୃଦୟ ଦେଲା ତାକୁ।

ଗଢି ଉଠିଲା ପ୍ରେମ ସମ୍ପର୍କ

    ବାଜିଲା ଶାହାନାଇ‌,

ଶୁଭିଲା ପ୍ରୀତି ଘୁଙ୍ଗୁର ଶବ୍ଦ

    କେତୋଟି ଦିନ ପାଇଁ।

ଶ୍ରାବଣୀ ହୃଦ ସାଇତା ଚିଜ 

   ସବୁ ସେ କଲା ଚୋରୀ,

ସେହି ଦିନରୁ ଯାଇଛି ସିଏ

   ଆସିଲା ନାହିଁ ଫେରି‌।  

ପ୍ରେମରେ ଧୋକା‌ ପାଇ‌ ନାୟୀକା 

    ସେଦିନୁଁ କାନ୍ଦୁଅଛି‌, 

ତା' ଆଖି ଲୁହ ଏଇ ବରଷା

    ଶ୍ରାବଣେ ଝରୁଅ‌ଛି‌।

ଶ୍ରାବଣୀ ଯେବେ ଯାଉଛି ରୁଷି

    ମାରୁଛି ଘଡ଼ଘଡ଼ି,

ଚମକାଉଛି ବିଜୁଳି ପୁଣି

   ଶ୍ରାବଣୀ ଗଲେ ଚିଡ଼ି।

ଶ୍ରାବଣୀ ଆଖି ଲୁହ ବରଷା

    ଅଟେ ମଙ୍ଗଳକାରୀ,

ସଦା କଲ୍ୟାଣୀ ସର୍ବ ଜନନୀ

   କେ ହେବ ତା'ପରି !

ଜଗତ ପାଇଁ ଯେ କାନ୍ଦୁଥାଇ

   ସବୁରି ସାହା ସିଏ,

ଶ୍ରାବଣୀ ସେଇ ଝିଅର ନାଆଁ

   ସେ,ରାଜକୁମାର କିଏ?

ବହୁତ ଦୂରେ ରହିଛି ସିଏ

   କରିଛି ଅନ୍ୟ ଘର,

ତାକୁ ଯେ ଚିହ୍ନି ଦେବ ସେ ଆଣି

    ହେବ ଶ୍ରାବଣୀ ବର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance