ପାହାନ୍ତି ଆକାଶ ର ସ୍ବପ୍ନ ତୁମେ!
ପାହାନ୍ତି ଆକାଶ ର ସ୍ବପ୍ନ ତୁମେ!
ଯଦି ମୁଁ ଚୋରି କରିଥାନ୍ତି କିଛି ଆଲୋକ ଉତ୍ତପ୍ତ ସୂର୍ଯ୍ୟ ଙ୍କ ଠାରୁ
ଆଉ ସୁମଧୁର ଧ୍ୱନି ମଳୟ ପବନ ଠାରୁ
କିଛି ରଙ୍ଗ ଇନ୍ଦ୍ରଧନୁ ଠାରୁ
ଆଉ କିଛି ଆଶୀର୍ବାଦ ମନ୍ଦିର ମସଜିଦ ଅବା ଗୀର୍ଜା ଠାରୁ
ତଥାପି ଖାଲି ଖାଲି ଲାଗୁଛି ତୁମର ଅନୁପସ୍ଥିତି
ଏଇ ଦୁନିଆ ପାଇଁ ମୁଁ ଅଚିନ୍ହା ଓ ଅଜଣା
ଭଗବାନ ତୁମକୁ ସହାୟ ହୁଅନ୍ତୁ ସଦାସର୍ବଦା
ମୋ ଚଲା ପଥରେ ମୂଁ ଏକୁଟିଆ
ଜାଣିନି ଏ ଦିଗହରା ପଥିକ ର ଲକ୍ଷସ୍ଥଳ କେଉଁଠି
ତୁମ ବିନା ମୋ ଅଗଣା ଯେମିତି
ଶୁଷ୍କ
ମନେ ହୁଏ ଯେମିତି ମୌସୁମୀ ବିନା ଭିଜା ବର୍ଷା ର ଛିଟା ରେ
ସେଇଥି ପାଇଁ ତୁମେ ମୋ ପାହାନ୍ତି ସକାଳ ର ସ୍ବପ୍ନ!

