STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ପାହାନ୍ତି ଆକାଶ ର ସ୍ବପ୍ନ ତୁମେ!

ପାହାନ୍ତି ଆକାଶ ର ସ୍ବପ୍ନ ତୁମେ!

1 min
16


ଯଦି ମୁଁ ଚୋରି କରିଥାନ୍ତି କିଛି ଆଲୋକ ଉତ୍ତପ୍ତ ସୂର୍ଯ୍ୟ ଙ୍କ ଠାରୁ 

ଆଉ ସୁମଧୁର ଧ୍ୱନି ମଳୟ ପବନ ଠାରୁ 

କିଛି ରଙ୍ଗ ଇନ୍ଦ୍ରଧନୁ ଠାରୁ 

ଆଉ କିଛି ଆଶୀର୍ବାଦ ମନ୍ଦିର ମସଜିଦ ଅବା ଗୀର୍ଜା ଠାରୁ 

ତଥାପି ଖାଲି ଖାଲି ଲାଗୁଛି ତୁମର ଅନୁପସ୍ଥିତି 

ଏଇ ଦୁନିଆ ପାଇଁ ମୁଁ ଅଚିନ୍ହା ଓ ଅଜଣା 

ଭଗବାନ ତୁମକୁ ସହାୟ ହୁଅନ୍ତୁ ସଦାସର୍ବଦା 

ମୋ ଚଲା ପଥରେ ମୂଁ ଏକୁଟିଆ 

ଜାଣିନି ଏ ଦିଗହରା ପଥିକ ର ଲକ୍ଷସ୍ଥଳ କେଉଁଠି 

ତୁମ ବିନା ମୋ ଅଗଣା ଯେମିତି 

ଶୁଷ୍କ 

ମନେ ହୁଏ ଯେମିତି ମୌସୁମୀ ବିନା ଭିଜା ବର୍ଷା ର ଛିଟା ରେ 

ସେଇଥି ପାଇଁ ତୁମେ ମୋ ପାହାନ୍ତି ସକାଳ ର ସ୍ବପ୍ନ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance