ଦିନେ ଯାଇଥିଲି ଗାଁକୁ
ଦିନେ ଯାଇଥିଲି ଗାଁକୁ
ସେଦିନ ଗାଁ ତୁଠେ
ଦେଖିଲି ନବୀନ ବୟସୀ ବାଳା
କଥା ଦେଲା ଆଖିରେ କହି ନନ୍ଦବଳା
ସେହି ଝିଅ ପୁଣି ଗାଁ ମନ୍ଦିରରେ
କୃଷ୍ଣଚୁଡା ଗଛ ତଳେ
ଚମ୍ଫା ଫୁଲ ଡାଳେ
ଉଠେଇବାକୁ ତା ଫଟ
କଲା ମତେ ଅନୁରୋଧ
ଯାଇଥିଲି ଯେବେ ଗାଁକୁ
ଆସିଥିଲା ମୋବାଇଲ ଦେଖିବାକୁ
ଗାଁରେ ତା ଘର
ମୋ ଘର ସହର
ହେଲାନି ବାହାଘର
ଭାଙ୍ଗିଲା ମନମୋର
ଛାଡ଼ିଲି ଯେବେ ତାର ହାତ
ଜେଜେ ଥିଲେ ମୋ ସାଥ
ଆଣିଲେ ବୋହୂ କରି ଦେଖି ସୁନ୍ଦରୀ ଗୋରୀ
ଗାଁ କନିଆଁ ସିଂଘାଣିନାକୀ ସେ ମୋର
ମନେ ରହିଲା ଗାଁକୁ ଯିବା କଥା
ସେଠି ମୋ ଭାଗ୍ୟ ଲେଖା
ଲେଖା ଡାକେ ମୁଁ ଆଜି ତାକୁ
ଘରକୁ ଘରଣୀ ଥିଲେ ସୁନ୍ଦର
ସୁନ୍ଦର ହେଲେକି ହେବ ଚା କପେ
ନଦେଲେ ଥରକୁ ଥର
କହି ଚିଡ଼ାନ୍ତି ଜେଜେ ମୋହର

