STORYMIRROR

Prabhati Mahapatra

Romance Inspirational

3  

Prabhati Mahapatra

Romance Inspirational

ଉତ୍ସାହର ଉତ୍ସବ

ଉତ୍ସାହର ଉତ୍ସବ

1 min
181

କ୍ଷଣଭଙ୍ଗୁର ଜୀବନରେ ଆଜି ମୁଁ କବି ।

ସତରେ କ୍ଷିପ୍ରହସ୍ତେ ମୋର ଲେଖନୀ !

ଆଜି...ତୁମ ପାଇଁ କୁଶଳୀ ହୋଇଛି ।

ତୁମର ଆଶା ଯୁକ୍ତ ପ୍ରାଣରେ ଲୁକ୍କାୟିତ ଥିଲା 

ମୁଁ ଜଣେ କବି ହୁଅନ୍ତି କି ?

ସେହି ଭାବନା ରଖି 

ମୋର ଶୂନ୍ୟ ମାନସରେ ଭରି ଦେଇଛ 

ଅଜସ୍ର ସ୍ନେହାଶୀଷ ।

ମୁଁ ସେହି ଥିରେ ଆପ୍ୟାୟିତ

କାରଣ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି  

ମୁଁ ଦିନେ କବି ହେବି ।

ମୁଁ ... ଅଳୀକ କଳ୍ପନାକୁ ବାସ୍ତବ ମନେ କରି

ଅହର୍ନିଶ ନିମଜ୍ଜିତ ଥିଲି ।

ମୋ ଭାବନା ଭିତରେ କେବଳ ମୋର

ଘର ଆଉ ସଂସାର .....

ହେଲେ ତୁମେ ତୁମର ପ୍ରୟାସ ବଳରେ

ମୋତେ ସୃଷ୍ଟି କଲ

ଏକ କଞ୍ଚା ଅଳିଞ୍ଜର ପରି ;

ନିତି ଦିନ ମୋର ଦେହ ମନ ଗଢା ହେଲା ।

କେବେ ସ୍ନେହର ପରଶରେ ତ 

କେବେ ଛଳନାର ନିଆଁରେ ।

ପୁଣି କେବେ ଶୀତଳ ପ୍ରୀତି ଜଳସ୍ଫୀତି

ଭିଜେଇ ଦେଇ ଚାଲି ଗଲା ।

ସତରେ କବିଙ୍କ ଦୁନିଆ ନିଆରା ...

ଖଣ୍ଡେ କଲମ ଆଉ ଖଣ୍ଡେ କାଗଜ

ଭଳି ଭଳି ସ୍ୱପ୍ନ ଦେଇ ସୃଷ୍ଟି କରି ଚାଲେ 

ଆଖି ଆଗରେ ନାଚୁ ଥିବା ରସହ୍ୟ ସମସ୍ୟା

ବିଷୟରେ ....

ଧନ୍ୟ ସେହି କବି ରାଧାନାଥ ରାୟ ଧନ୍ୟ

ଉପେନ୍ଦ୍ର ଭଞ୍ଜଙ୍କ ପରି ଉଜ୍ଜ୍ୱଳ ତାରକା ଗଣ ।

ତାଙ୍କର ସ୍ମୃତିକୁ ଭୁଲି ହେବ ନାହିଁ ।

ଜୀବନରେ ଏତିକି କାମନା ମୋର 

କବି ପ୍ରାଣ କ୍ଷଣପ୍ରଭା ଭଳି ପ୍ରତ୍ୟେକ କ୍ଷେତ୍ରକୁ

ସହସା ଅନୁଭଵରେ ଚମକକୃତ କରି

ଲେଖନୀରେ ନୂତନ ଜାଗରଣ ସୃଷ୍ଟି କରୁ ।

ଅତୀତ ପୁରାଣ ତଥା ବର୍ତ୍ତମାନର ବିଭିଷିକାର

ତାଣ୍ଡବଲୀଳା କେହି ବି ବାଦ୍ ନଯାଆନ୍ତୁ ।

ଭବିଷ୍ୟତର ଉନ୍ନତି କମନାର ପ୍ରଦର୍ଶକ

ହେଉ ।

ମୁଁ ତରଣୀ ରୂପେ ଜୀବନ ଯମୁନା ପାରି 

କଲାବେଳେ ତୁମେ କ୍ଷେପଣୀ ରୂପେ

ମୋର ଆଶା ରାଇଜକୁ ପାରି କରାଉ ଥିବ ।

 ନାରଙ୍ଗୀ ମୁହୂର୍ତ୍ତରେ ତୁମେ ମୋର

ଅସ୍ତରାଗର ଅନ୍ତିମ ଫଗୁଣ....

ଉତ୍ସାହର ଉର୍ଦ୍ଧରେ ଥାଇ 

ଧରି ରଖିଛ ଏଇ କବି ମୋ  

କବି ପ୍ରାଣକୁ .....

ତୁମେ ତ ସୃଜନଶୀଳତାର

ମଧୁର ଭଣ୍ଡାର ।

ଏତିକି ମୋର କବି ଅନୁଭୂତିରୁ ପଦେ ...... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance