STORYMIRROR

Mahendra Kumar Swain

Tragedy

3  

Mahendra Kumar Swain

Tragedy

ବୃଦ୍ଧାଶ୍ରମେ

ବୃଦ୍ଧାଶ୍ରମେ

1 min
157

କିଛି ସମୟ ମୁଁ ରହିଲି ସେଠାରେ

ମନ ମୋର ପୁରିଗଲା

ସେମାନଙ୍କ ସହ ଗୋଟେ ଦିନ ମୋର

ଦେଖୁ ଦେଖୁ କଟିଗଲା

ସମସ୍ତଙ୍କ ସହ ହୋଇଗଲା ଗୋଟେ

ନୂଆ ସମ୍ପର୍କ ର ଧାରା

ଅଳ୍ପ ସମୟରେ ସମସ୍ତେ ଲାଗିଲେ

ଅତି ଆପଣାର ପରା

ତାଙ୍କ ସହ କିଛି ସମୟ ବିତେଇ

ଏମିତି ଯେ ଲାଗୁଥିଲା

ଦୁନିଆରେ ବୋଧେ ସବୁ ଖୁସି ମତେ

ହାତ ପାଖେ ମିଳିଗଲା

ଲୋଡ଼ା ନାହିଁ ତାଙ୍କ ଧନ କି ସମ୍ପତ୍ତି

ଲୋଡ଼ା କିଛି ସ୍ନେହ ପ୍ରେମ

ଗୋଟେ ଗୁଣ ପ୍ରେମ ଦେଲେ ତୁମେ ତାଙ୍କୁ

ଅଜାଡ଼ି ଦେବେ ସେ ପ୍ରେମ

ନାତି ବୋଲି କିଏ ଗେଲ କରିଦେଲା

କିଏ ମୋତେ ଖୋଇଦେଲା

କିଏ ପୁଣି ମୁଣ୍ଡେ ତେଲ ଲଗେଇକି

ପୁଅ ବୋଲି ଡାକୁଥିଲା

କେମିତି ଅଯୋଗ୍ୟ ପୁଅ ସେଇମାନେ

ହତାଦର କରୁଛନ୍ତି

ବାପା ମାଆଙ୍କୁ ତା ହତାଦର କରି

ଘରୁ କାଢି ଦେଉଛନ୍ତି

ଚାଲି ସିନା ସେଠୁ ଆସିଲି ସେଦିନ

ମନ ମୋର ଝୁରୁଥିଲା

ସେମାନଙ୍କ ସହ ରହିବାକୁ କାହିଁ

ମନ ମୋର କହୁଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy