ଶ୍ରବଣ କୁମାର ବଧ
ଶ୍ରବଣ କୁମାର ବଧ
ବନବାସ ଗଲା ପରେ ରାମଚନ୍ଦ୍ର
ଦଶରଥ ଝୁରୁଥିଲେ
ରାମ ରାମ କହି ପାଗଳଙ୍କ ପ୍ରାୟ
ରାଜା ଖାଲି ହେଉଥିଲେ
ବସିଥିଲେ ପାଶେ କୌଶଲ୍ୟା ସୁମିତ୍ରା
ରାଜାଙ୍କୁ ବୁଝାଉଥିଲେ
ରାଜା ହୋଇ କରି କାନ୍ଦୁ ଯେ ଅଛନ୍ତି
ଭୁଲ ବୋଲି କହୁଥିଲେ
କୌଶଲ୍ୟା କହିଲେ ମାତା ହୋଇ ମୁଁହିଁ
ଲୁହ ତ ଝରାଉ ନାହିଁ
ଗୁରୁ ବଶିଷ୍ଠ ଙ୍କର କଥା ଶୁଣି ପ୍ରଭୁ
ମୁଁହିଁ ଆଉ କାନ୍ଦୁନାହିଁ
କହିଲେ ଯେ ରାଜା ଶୁଣ ହେ କୌଶଲ୍ୟା
ମତେ କିଛି ଦିସୁନାହିଁ
ଶୁଣିଥିଲି ମୁଁହିଁ ମରିବା ଆଗରୁ ମରିବା ଲୋକକୁ
କିଛି ଆଉ ଦିଶେନାହିଁ
ରାଜା ହେଉ ପ୍ରଜା ସଭିଏଁ ମରିବେ
ଭୋଗିବେ କର୍ମର ଫଳ
ପୂର୍ବେ କରିଥିବା ପାପ କାମ ପାଇଁ
ନିଶ୍ଚିତ ମିଳିବ ଫଳ
ଜାଣି ମୁଁ ପାରୁଛି କର୍ମ ଫଳ ମୋର
ଆଜି ମୁହିଁ ଭୋଗୁଅଛି
ଅନ୍ଧ ମୁନି ମତେ କହିଥିବା କଥା
ଆଜି ଯେ ସତ ହେଉଛି
ଯେଉଁ ଅଭିଶାପ ମିଳିଥିଲା ମତେ
ତାହା ସତ ହେଉଅଛି
ଯାହା କହିଥିଲେ ଅନ୍ଧ ମୁନି ମତେ
ସେ ସମୟ ଆସିଅଛି
ରାଣୀ କୌଶଲ୍ୟ ଯେ ପଚାରିଲେ ପ୍ରଭୁ
କେଉଁ କଥା କହୁଅଛ
କେଉଁ ଅନ୍ଧ ମୁନି କେଉଁ ଅଭିଶାପ
ଯାହା ତୁମେ କହୁଅଛ
କହିଲେ କୌଶଲ୍ୟା ଦୁଃଖ ରେ ଯେ ତୁମେ
ଏହି ପରି କହୁଅଛ
କେଉଁ କର୍ମ ଫଳ କେଉଁ ଅଭିଶାପ କଥା
ତୁମେ ସ୍ୱାମୀ କହୁଅଛ
କହିଲେ ଯେ ରାଜା ଶୁଣ ହେ କୌଶଲ୍ୟା
ଯୁବରାଜ ଜେବେ ଥିଲି
ଶବ୍ଦ ଶୁଣିକରି ଧନୁ ତୀର ମାରି
ଶିକାର ମୁଁ କରୁଥିଲି
ଯୁବକ ସମୟେ ଶିକାର ପାଇଁକି
ଜଙ୍ଗଲ କୁ ଯାଉଥିଲି
ଶବ୍ଦ ଶୁଣି କରି ପଶୁ ପକ୍ଷୀଙ୍କ ମୁ
ଶିକାର ଯେ କରୁଥିଲି
ମୋର ଧନୁ କଥା ସାରାରାଜ୍ୟ ରେ ଯେ
ପ୍ରଶଂସା ର ପାତ୍ର ଥିଲା
ଶବ୍ଦ ଶୁଣି କରି ଶିକାର କରେ ମୁଁ
ଚାରିଆଡେ ଚର୍ଚ୍ଚା ଥିଲା
ଯାଇଥିଲି ଦିନେ ଶିକାର ପାଇଁକି
ବନ ମଧ୍ୟେ ବୁଲୁଥିଲି
ପାଣି ପିଇବାର ଶବ୍ଦ ଶୁଣି କରି
ବାଣ ମୁ ଚଳାଇ ଦେଲି
ବାଣ ଯାଇ ଭେଦ କରିଦେଲା ଯେବେ
ଶୁଭିଲା ମଣିଷ ସ୍ୱର
ଯାଇ ପାଖେ ଯେବେ ଦେଖିଲି ସେଠାରେ
ଯୁବକ ଦେହରେ ଶର
କେତେବଡ଼ ଭୁଲ କରିଦେଲି ଆଜି
ଶର ଆଜି ଚଳାଇଲି
ନିରୀହ ଯୁବକଙ୍କ ଉପରକୁ ଆଜି
ବାଣ ଯେ ଚଳାଇଦେଲି
ଯୁବକ ଜଣକ କହିଲେ ହେ ରାଜା
କାହିଁ ପାଇଁ ହତ୍ୟା କଲ
କେଉଁ ଭୁଲ ପାଇଁ ଶରୀର କୁ ମୋର
ବାଣ କୁ ପ୍ରୟୋଗ କଲ
ଦଶରଥ ତାଙ୍କୁ କହିଲେ ହେ ମୁନି
ଭୁଲ ମୁହିଁ କରିଅଛି
ଅଜାଣତେ ବାଣ ଚଳାଇକି ଆଜି
ତୁମକୁ ଯେ ହତ୍ୟା କଲି
ରଘୁ ବଂସେ କେହି ନିରୀହ ଲୋକଙ୍କୁ
ହତ୍ୟା କେବେ କରନ୍ତିନି
ଜାଣି ଶୁଣି କେବେ ନିରୀହ ଲୋକଙ୍କୁ
ଅସ୍ତ୍ର କେହି ଛାଡ଼ନ୍ତିନି
ଯୁବକ ଜଣକ କହିଲେ ହେ ଶୁଣ
ମାତା ପିତା ମୋର ଅନ୍ଧ
ତାଙ୍କ ପାଇଁ ପାଣି ନେବା ପାଇଁ ଆସି
ହୋଇଲି ବାଣ ରେ ବନ୍ଧ
ମୋର ପିତା ମାତା ମୋର ଆସରାରେ
ଜୀବନ ତ ବଞ୍ଚୁଥିଲେ
କେମିତି ବଞ୍ଚିବେ ମୋର ପିତା ମାତା
କହି ସିଏ କାନ୍ଦୁଥିଲେ
କ୍ଷମା କ୍ଷମା କହି ଦଶରଥ ତାଙ୍କୁ
ନିବେଦନ କରୁଥିଲେ
ଜାଣି ଶୁଣି ଭୁଲ କରିନାହିଁ ବୋଲି
ଦଶରଥ କହୁଥିଲେ
ଶ୍ରବଣ କହିଲେ ଜଳ ନେଇ ଯାଅ
ପିତା ମାତାଙ୍କୁ ମୋ ଦିଅ
ଜଳ ବିନା ସିଏ ଆତୁର ଯେ ଥିବେ
ତାଙ୍କୁ ଜଳ ତୁମେ ଦିଅ
ସିଏ ଯେ ତୁମକୁ କ୍ଷମା ଯଦି ଦେବେ
ତାଙ୍କରି ପାଖକୁ ଯାଅ
ମାତା ପିତା ମୋର ଅନ୍ଧ ଅନ୍ଧୁଣି ଯେ
ଶିଘ୍ର ତୁମେ ପାଶେ ଯାଅ
ଏହା କହି ତାଙ୍କ ଜୀବନ ଯେ ଗଲା
ଦଶରଥ ଚାହିଁଥିଲେ
କଳସି ରେ ଜଳ ଭାରି କରି ସିଏ
ତାଙ୍କରି ପାଖକୁ ଗଲେ
ଆସିବା ର ଶବ୍ଦ ଶୁଣି କରି ଦୁହେଁ
ଖୁସି ବହୁ ହେଉଥିଲେ
ଏତେ ବିଳମ୍ବ ଯେ ହେଲା କାହିଁ ପାଈଁ
ଦୁହେଁ ତାଙ୍କୁ କହୁଥିଲେ
ହେଉ ପଛେ ଡେରି କିଛି କଥା ନାହିଁ
ତୁ ଆମ ଆଶ୍ରା ବାଡ଼ି
ଅନ୍ଧ ଅନ୍ଧୁଣି ଙ୍କ ଜୀବନ ତୁ ଆମ
ଆମର ଅନ୍ଧ ଲଉଡି
ଥର ଥର ହାତେ ଜଳ ଦେଉଥାନ୍ତି
ଅନ୍ଧ ମୁନି ଜାଣିଗଲେ
ତୁମେ ଆମ ପୁତ୍ର ଶ୍ରବଣ ଯେ ନୁହଁ
ମୁନି ତାଙ୍କୁ କହୁଥିଲେ
କହିଲେ ଯେ ମୁନି କିଏ ତୁମେ କୁହ
ଶ୍ରବଣ ଯେ କାହିଁଗଲା
ବହୁ ବିଳମ୍ବ ଯେ ହୋଇ ଯେ ଗଲାଣି
କାହିଁ ସିଏ ନ ଫେରିଲା
କାନ୍ଦି କାନ୍ଦି କରି ଦଶରଥ ତାଙ୍କୁ
କହିଲେ ହେ କ୍ଷମା କର
ଅଜାଣ ତେ ପଶୁ ଭାବି କରି ମୁହିଁ
କରିଛି ଯେ ହତ୍ୟା ତାର
ରଘୁବଂଶ କୁଳେ ଜନମ ମୋହର
ନାମ ମୋର ଦଶରଥ
ଶିକାର ପାଇଁ ଯେ ବନ କୁ ଆସି ମୁଁ
କରିଛି ଭୁଲ ଏମନ୍ତ
ପୁତ୍ର ମୃତ୍ୟ ଶୁଣି ଅନ୍ଧ ମୁନି ମାତା
ଜୀବନ ଯେ ଛାଡିଦେଲେ
ପୁତ୍ର ର ଶୋକରେ ଅନ୍ଧ ମୁନି ମାତା
ପୁତ୍ର କହି ମରିଗଲେ
କାନ୍ଦି କାନ୍ଦି ମୁନି କହିଲେ ହେ ଶୁଣ
ଯେମିତି ମୁଁ କାନ୍ଦୁଅଛି
ସେମିତି ଯେ ଦିନେ କାନ୍ଦିବ ହେ ରାଜା
ଅଭିଶାପ ଦେଉଅଛି
ପୁତ୍ର କୁ ନ ଦେଖି ପୁତ୍ର ର ଶୋକରେ
ଯେମିତି ହେ ମରୁଅଛୁ
ତୁମେ ବି ଯେ ଦିନେ ପୁତ୍ର ର ଶୋକରେ
ମରିବ ଯେ କହୁଅଛୁ
ପାଣି ହାତେ ଧରି ଅନ୍ଧମୁନି ତାଙ୍କୁ
ଅଭିଶାପ ଦେଇଦେଲେ
ପୁତ୍ର ଶୋକରେ ରେ ମରିବ ଯେ ଦିନେ
ଅଭିଶାପ ଦେଇଥିଲେ
ରାଜା ଦଶରଥ କହିଲେ କୌଶଲ୍ୟା
ସେ କଥା ହୋଇଛି ସତ
ରାମ ବିହୁନେ ମୋ ଅବସ୍ଥା ଆଜି ଯେ
ହୋଇଅଛି ତାହା ସତ
ରାମ ରାମ କହି ରାଜା ଦଶରଥ
ପ୍ରାଣ ତାଙ୍କ ତ୍ୟାଗ କଲେ
କୌଶଲ୍ୟା ସୁମିତ୍ରା ରାଜାଙ୍କ ପାଖରେ
ବସି ଦୁହେଁ କାନ୍ଦୁଥିଲେ
ଧନ୍ୟ ତୁମେ ରାମ ଧନ୍ୟ ତୁମ ନାମ
ପାପୀ ହେ ସଂସାରୁ ତରେ
ତୁମ ନାମ ନେଇ ତୁମର ମହିମା
ଲେଖୁଛି ହେ କବିତାରେ
ଦିନ ହୀନ ତୁମ ଭକତ କୁ ପ୍ରଭୁ
ଆଶିଷ ହେ ଦେଉଥିବ
ଭୁଲ କିଛି ପ୍ରଭୁ ଲେଖୁଥିବି ଯଦି
କ୍ଷମା ତୁମେ କରିଦେବ ।
