ରାମ ଦୂତ ଅଙ୍ଗଦ
ରାମ ଦୂତ ଅଙ୍ଗଦ
ସେନାଙ୍କ ସହିତ ଅଙ୍ଗଦ ଚାଲିଲେ
ଲଙ୍କା ନଗରୀ ର ଦ୍ୱାରେ
ଲଙ୍କା ଦ୍ୱାରପାଳ କହିଲେ କିଏ ଯେ
ଆସିଅଛ ଏହିଠାରେ
କହିଲେ ଅଙ୍ଗଦ ଦୂତ ହୋଇ ମୁହିଁ
ଆସିଅଛି ଏହିଠାରେ
ପ୍ରଭୁ ରାମଙ୍କର ବାର୍ତା ନେଇ କରି
ଆସିଛି ଲଙ୍କାର ଦ୍ୱାରେ
ଦ୍ୱାରପାଳ ତାଙ୍କୁ କହିଲେ ହେ ଶୁଣ
ସେହିଠାରେ ତୁମେ ରୁହ
ସେନାପତି ଯେବେ କହିବେ ଆମକୁ
ଆସିବ ହେ ଦୂତ ରୁହ
ଲଙ୍କାର ସେନା ଯେ କହିଲେ ତ ଯାଇ
ସେନାପତିଙ୍କର ଆଗେ
ଦୂତ ହୋଇ ଏକ ବାନର ଆସିଛି
ରହିଛି ସମୁଖ ଭାଗେ
ସେନାପତି ତାଙ୍କୁ କହିଲେ ଯେ କୁହ
ଭିତରକୁ ସେ ଆସିବେ
ଆଣିଥିବା ତାଙ୍କ ସେନା ଙ୍କୁ ତ ସିଏ
ସେହିଠାରେ ଛାଡ଼ିଦେବେ
ଅଙ୍ଗଦ ନିର୍ଦେଷେ ସେନାଗଣ ତାଙ୍କ
ପଛକୁ ଯେ ଫେରିଗଲେ
ଲଙ୍କା ଦ୍ୱାରପାଳ ଲଙ୍କା ଦ୍ୱାର କୁ ତ
ତାଙ୍କ ପାଇଁ ଖୋଲିଦେଲେ
ସେନାପତି ଆସି ପଚାରିଲେ ତାଙ୍କୁ
କାହିଁ ପାଇଁ ଆସିଅଛ
ଦୂତ ହୋଇ କରି ସାଥେ ତୁମେ କାହିଁ
ଅସ୍ତ୍ର ତୁମେ ଆଣିଅଛ
ଅଙ୍ଗଦ କହିଲେ ଶାନ୍ତି ବାର୍ତା ନେଇ
ଆସିଅଛି ଲଙ୍କାପୁରେ
ଯେମିତି ଶାନ୍ତି ରେ ରହିବେ ସମସ୍ତେ
ତୁମର ଏ ନଗରରେ
ରାମ ନାମ ଧରି ଗଦା ଙ୍କୁ ତାଙ୍କର
ବାହାରକୁ ଛାଡିଦେଲେ
ଗଦା କୁ ଅଙ୍ଗଦ ନିଜ ଶିବିର କୁ
ନିକ୍ଷେପ ଯେ କରିଦେଲେ
ପଚାରିଲେ ରାମ ଦେଖି କରି ଗଦା
ଅସ୍ତ୍ର କାହିଁ ଛାଡିଦେଲେ
ବିପଦ ଯେ କିଛି ହୋଇଅଛି ବୋଲି
ପ୍ରଭୁ ସର୍ବେ ପଚାରିଲେ
ବିଭୀଷଣ ତାଙ୍କୁ କହିଲେ ହେ ପ୍ରଭୁ
ସେନାପତି କହିଥିବେ
ଦୂତ ହୋଇ କରି ଅସ୍ତ୍ର ଆଣିଅଛ
ଥୋଇବାକୁ କହିଥିବେ
ଅଙ୍ଗଦ ଯେ ଜାଣି ଅସ୍ତ୍ର କୁ ତାଙ୍କର
ସେଠାରେ ଯେ ନଥୋଇଲେ
ବିନା ଅସ୍ତ୍ର ସିଏ ଲଙ୍କା ପୁରୀ ମଧ୍ୟେ
ପ୍ରବେଶ ଯେ କରୁଥିଲେ
ରାବଣ ଆଗରେ ସେନାପତି ଯାଇ
କହିଲେ ଯେ ସର୍ବ କଥା
ଶାନ୍ତି ବାର୍ତା ନେଇ ଶତ୍ରୁଙ୍କ ପାଖରୁ
ଆଣିଛି ଯେ ଦୂତ ବାର୍ତା
ରାବଣ ଯେ ତାଙ୍କୁ ଅନୁମତି ଦେଲେ
ସଭା ମଧ୍ୟେ ଆସିବାକୁ
ବୀର ଦର୍ପ ରେ ଅଙ୍ଗଦ ଆସିଲେ
ସଭା ଗୃହେ ପଶିବାକୁ
ରାବଣ କହିଲା କେଉଁ ବାର୍ତା ନେଇ
ବନବାସୀ ପଠାଇଛି
ଯୁଦ୍ଧର ଭୟରେ ଦୂତ ସାଥିରେ ଯେ
ଶାନ୍ତି ପାଇଁ କହିଅଛି
କହିଲେ ଅଙ୍ଗଦ ଶୁଣ ଦଶାନନ
ଭୁଲ ତୁମେ କରୁଅଛ
ମୋର ପ୍ରଭୁଙ୍କର ଏ ସଭାରେ ତୁମେ
ଅପମାନ କରୁଅଛ
ତେଣୁ ଏ ସଭାରୁ ଚାଲିଯିବା କଥା
ସଂମାନ ତ ନ ମିଳିଲେ
ମୋର ପ୍ରଭୁଙ୍କର ଅପମାନ ହେଲେ
ନ ରହିବା କଥା ଭଲେ
ଯେହେତୁ ଆଣିଛି ପ୍ରଭୁଙ୍କର ବାର୍ତା
ତାହା ଯେ ଗୁରୁତ୍ୱପୂର୍ଣ୍ଣ
ଯେଉଁଥିରେ ଅଛି ଲଙ୍କା ପୁର ଖୁସି
ସଭିଙ୍କ ଖୁସି ଜୀବନ
ଦୂତ ପାଇଁ ତୁମେ ଆସନ ଟିଏ ତ
ଦଶାନନ ଦେଲ ନାହିଁ
ସେଥିପାଇଁ ପାଇଁ ଏକ ଅସାନ ଯେ କରି
ପ୍ରଥମେ ବସିବି ମୁହିଁ
ରାମ ନାମ ନେଇ ଲାଙ୍ଗୁଡ଼ ରେ ତାଙ୍କ
ଆସନ ଯେ କରିଦେଲେ
ତାହାରି ଉପରେ ବିର ଦର୍ପରେ ଯେ
ଅଙ୍ଗଦ ଯେ ବସିଗଲେ
କହିଲେ ହେ ଶୁଣ ଲଙ୍କାର ନରେଶ
ଶାନ୍ତି ବାର୍ତା ଆଣିଅଛି
ଯେଉଁଥିରେ ତୁମ ଭଲ ରହିଅଛି
ଲଙ୍କା ଖୁସି ରହିଅଛି
ସଂମାନ ପୂର୍ବକ ମାତା ଜାନକୀ ଙ୍କୁ
ପ୍ରଭୁଙ୍କୁ ସମର୍ପି ଦେବ
କୁଟୁମ୍ବ ସହିତ ପ୍ରଭୁଙ୍କ ପାଖରେ
ଭୁଲ ତୁମେ ମାନିଯିବ
ପାଟିରେ ଯେ କୁଟା କାମୁଡି ଯେ ତୁମେ
ପ୍ରଭୁଙ୍କ ଶରଣେ ଯାଅ
ପ୍ରଭୁଙ୍କ ଆଶିଷେ ଲଙ୍କା ପୁରେ ତୁମେ
ଖୁସି ରେ ଯେ ରହିଥାଅ
ଶୁଣି ଲଙ୍କାପତି କ୍ରୋଧାନ୍ୱିତ ହୋଇ
କହିଲେ ହେ ଦୂତ ଛାର
ବନବାସୀ କୁ ମୁ ଡରି କରି ଯାଇ
ଯିବି ମୁଁ ଶରଣ ତାର
ସୀତା ଏକ ଵସ୍ତୁ ନୁହେଁ ମୁଁ ଯାହାକୁ
ଦାନ ରେ ଯେ ଦେଇଦେବି
ସୀତା ଭଳି ନାରୀ ବାହୁବଳେ ମିଳେ
କେମିତି ଯେ ଦେଇଦେବି
କହିଲେ ଅଙ୍ଗଦ କେଉଁ ବାହୁବଳ
କଥା ତୁମେ କହୁଅଛ
ଏକୁଟିଆ ଦେଖି ବେଶ ବଦଳାଇ
ଚୋର ପରି ଆଣିଅଛ
ପ୍ରଭୁ ରାମଚନ୍ଦ୍ର ବୀରଙ୍କ ପରୀ ଯେ
ମାତାଙ୍କୁ ଯେ ଆଣିଥିଲେ
ଶିବଙ୍କ ଧନୁକୁ ହାତେ ଭାଙ୍ଗିକରି
ବିବାହ ଯେ କରିଥିଲେ
ତୁମେ ବି ସେଠାକୁ ଯାଇଥିଲା ଦିନେ
ଲଜ୍ୟା ହୋଇ ଆସିଥିଲ
ଶିବ ଧନୁକୁ ଯେ ନ ଉଠାଇ ପାରି
ସେହିଠାରୁ ଫେରିଥିଲ
କହିଲେ ରାବଣ ରାଗରେ ଅନେଇ
ରାବଣ ମୋହର ନାମ
ତିନି ପୁର ଯାହା ନାମରେ ଡରନ୍ତି
ଦଶାନନ ମୋର ନାମ
ଦୁଇ ହାତେ ମୁହିଁ କୈଳାସ ଉଠାଇ
ଶିବଙ୍କୁ ଯେ ପାଇଥିଲି
ଶିବଙ୍କୁ ଯେ ଶିର ଫୁଲ ରୂପେ ଦେଇ
ଦଶାନନ ହୋଇଥିଲି
କହିଲେ ରାବଣ କିଏ ତୁମେ କୁହ
ପରିଚୟ ତୁମ ଦିଅ
ମୋ ଆଗରେ ବସି ବନବାସୀ ପାଇଁ
ଏତେ କଥା ତୁମେ କୁହ
କହିଲେ ଅଙ୍ଗଦ ଶୁଣ ହେ ରାବଣ
ବଳି ମୋ ପିତାଙ୍କ ନାମ
ମହାବୀର ଯୋଦ୍ଧା ବାନରଙ୍କ ରାଜା
ବଳି ଯେ ତାହାଙ୍କ ନାମ
ତାଙ୍କ ପୁତ୍ର ମୁହିଁ ଅଙ୍ଗଦ ମୋ ନାମ
ପ୍ରଭୁ ରାମଙ୍କର ଦୂତ
ପ୍ରଭୁଙ୍କର ବାର୍ତା ନେଇ କରି ମୁଁହି
ହୋଇ ଆସିଛି ମୁଁ ଦୂତ
କହିଲେ ରାବଣ ଶୁଣ ହେ ଅଙ୍ଗଦ
ତୁମ ପିତା ମୋର ମିତ୍ର
ତୁମ ପିତା ଙ୍କର ହତ୍ୟାକାରୀ ସହ
କେମିତି ରହୁଛ ପୁତ୍ର
ରାବଣର ପୁତ୍ର ମେଘନାଦ ତାଙ୍କୁ
କହିଲା ହେ ତୁମେ ଶୁଣ
ପିତାଙ୍କର ହତ୍ୟା ପ୍ରତିଶୋଧ ପାଇଁ
କର ଆଜିଠାରୁ ପଣ
ଆମ ସାଥେ ମିଶି ରାମଙ୍କୁ ଯେ ମାର
ପ୍ରତିଶୋଧ ତୁମେ ନିଅ
କିଷ୍କିନ୍ଧ୍ୟା ରେ ତୁମେ ଆମେ ସାଥେ ମିଶି
ରାଜ୍ୟ ଭାର ତୁମେ ନିଅ
ପିତା ହତ୍ୟାକାରୀ ସହ ତୁମେ ଆହେ
କେମିତି ଯେ ରହୁଅଛ
ସାଥିରେ ତୁମର କେହି ଯେ ନାହଁନ୍ତି
ସେଥିପାଇଁ ରହିଅଛ
ଶୁଣ ହେ ରାବଣ ପିତା ଯେ ମୋହର
ଗଲା ବେଳେ କହିଥିଲେ
ପ୍ରଭୁଙ୍କ ସେବାରେ କାମ କରିବାକୁ
କହି ମତେ ଯାଇଥିଲେ
ଦୟାବନ୍ତ ମୋର ପ୍ରଭୁ ଯେ ଶ୍ରୀରାମ
ତୁମକୁ ଯେ କ୍ଷମା ଦେବେ
ଶରଣ ଙ୍କୁ ତାଙ୍କ ଥରେ ତୁମେ ଗଲେ
ସବୁ କଥା ଭୁଲିଯିବେ
କହିଲା ରାବଣ ଶୁଣ ହେ ଅଙ୍ଗଦ
କିଏ ଯୋଦ୍ଧା ଅଛି କୁହ
ମୋର ସମକକ୍ଷ ଯୁଦ୍ଧ କରିବ ସେ
ତାର ନାମ ତୁମେ କୁହ
କହିଲେ ଅଙ୍ଗଦ ଶୁଣ ହେ ରାବଣ
କେଉଁ ଯଶ କଥା କୁହ
ନୀତି ଅନୁସାରେ ଯୁଦ୍ଧ ସମକକ୍ଷ
କଥା ତୁମେ ଆଜି କୁହ
କାପୁରୁଷ ଭଳି ପର ସ୍ତ୍ରୀ ଆଣି
ବୀର ବୋଲି କହୁଅଛ
ବେଶ ବଦଳାଇ ଚୋରି କରି ତୁମେ
ବାହୁବଳ ଦେଖାଉଛ
ତୁମ ଭଳି ହୀନ ସହ ଯୁଦ୍ଧ କରି
କିଏବା ପାଇବା ଯଶ
ବାହୁବଳ କଥା କାହିଁ ପାଇଁ କୁହ
ଲାଗୁଅଛି ମତେ ହସ
ରାବଣ ରାବଣ କାହିଁ କହୁଅଛ
କେଉଁ ରାବଣ ଯେ ତୁମେ
ଶୁଣିଛି ଅନେକ ରାବଣଙ୍କ ନାମ
କୁହ ତେବେ କିଏ ତୁମେ
ମୋ ପିତା ଜଣକୁ କାଖ ରେ ଜାକିକି
ପୂଜା ସିଏ କରୁଥିଲେ
ଜଣେ ରାବଣ କୁ ଅସୁର ଯେ ଏକ
ପକ୍ଷୀ ଭଳି ଧରିଥିଲେ
ଶୁଣି ଯେ ରାବଣ କ୍ରୋଧାନ୍ୱିତ ହୋଇ
ସେନାଙ୍କୁ ତା ପଠାଇଲା
ଅଙ୍ଗଦ ଙ୍କୁ ବାନ୍ଧି ଆଗେ ରଖିବାକୁ
ଯୋଦ୍ଧାଙ୍କୁ ନିର୍ଦେଶ ଦେଲା
ଗୋଟିଏ ଧକା ରେ ଅଙ୍ଗଦ ମାରିଲେ
ରାବଣ ର ସେଇ ଯୋଦ୍ଧା
ଯମ ପୁରକୁ ଯେ ଗଲେ ସେ ରାକ୍ଷସ
ଖାଇ ଅଙ୍ଗଦ ଠୁ ବିଧା
ଅଙ୍ଗଦ କହିଲେ ଶୁଣ ହେ ରାବଣ
ଶକ୍ତି ଦେଖିବାକୁ ଚାହଁ
ପାଦ କୁ ମୋହର ଥୋଇଛି ଏଠାରେ
କିଏ ଉଠେଇବା କୁହ
ତୁମ ଯୋଦ୍ଧା ମଧ୍ୟେ କେହି ଜଣେ ଯଦି
ପାଦ ମୋର ଉଠାଇବେ
ମୋ ପ୍ରଭୁ ଶ୍ରୀରାମ ସବୁଦିନ ପାଇଁ
ଅଯୋଧ୍ୟା କୁ ଚାଲିଯିବେ
ଜୟ ଶ୍ରୀରାମ ଯେ ତୁଣ୍ଡରେ ନେଇକି
ଅଙ୍ଗଦ ପାଦ ଥୋଇଲେ
ଜଣେ ଜଣେ କରି ଯୋଦ୍ଧା ମାନେ ଆସି
ଶକ୍ତି ର ପରୀକ୍ଷା କଲେ
ସମସ୍ତ ଯୋଦ୍ଧା ଯେ ଫେରି କରିଗଲେ
ଉଠାଇ ପାରିଲେ ନାହିଁ
ରାବଣର ପୁତ୍ର ମେଘନାଦ ଆସି
ଉଠାଇ ପାରିଲା ନାହିଁ
ଶେଷ ରେ ଆସିଲା ରାବଣ ତଳକୁ
ଅଙ୍ଗଦ ପାଖକୁ ଗଲା
ପାଖକୁ ତାଙ୍କର ଯାଇ କରି ସିଏ
ଧରିବାକୁ ନଇଁଗଲା
ଗୋଡ ଧରିବାକୁ ଗଲା ବେଳେ ସିଏ
ଅଙ୍ଗଦ ଯେ ହଟିଗଲେ
ତଳେ ପଡ଼ିଗଲା ରାବଣ ମୁକୁଟ
ଅଙ୍ଗଦ ଉଠାଇ ନେଲେ
କହିଲେ ଅଙ୍ଗଦ ଶୁଣ ଆହେ ମୂର୍ଖ
ପାଦ ଧରିବାକୁ ଚାହୁଁ
ପ୍ରଭୁଙ୍କର ପାଦ ଧର ତୁମେ ଯାଇ
ମୁକ୍ତି ପାଇବାକୁ ଚାହୁଁ
ମୁକଟକୁ ଧରୀ ଫୋପାଡ଼ିଣ ଦେଲେ
ପ୍ରଭୁଙ୍କ ପାଖେ ପଡିଲା
କାହାର ମୁକଟ କେଉଁଠାରୁ ଆସି
ଏହିଠାରେ ପଡିଗଲା
ରାବଣ ମୁକଟ ଏହା ବୋଲି କରି
ବିଭୀଷଣ କହିଦେଲେ
ଅଙ୍ଗଦ ଏହାକୁ ଫୋପାଡ଼ି ଅଛନ୍ତି
ଏହା ସର୍ବେ ଭାବିନେଲେ
ରାବଣ କହିଲା ବନ୍ଧୀ କର ତାକୁ
ଯିବାକୁ ଯେ ଦିଅ ନାହିଁ
ରାମ ନାମ ଧରି ଅଙ୍ଗଦ ଯେ ସେଠୁ
ଉଡି ଯେ ଆସିଲେ ତହିଁ
ପ୍ରଭୁଙ୍କର ନାମ ନେଇ କରି ତୁଣ୍ଡେ
କବିତା ମୁଁ ଲେଖୁଅଛି
ଦିନ ହୀନ ମୁହିଁ ଭୁଲ ଲେଖିଥିଲେ
କ୍ଷମା ପ୍ରଭୁ ମାଗୁଅଛି ।