STORYMIRROR

Mahendra Kumar Swain

Classics

4  

Mahendra Kumar Swain

Classics

ଲକ୍ଷ୍ମଣଙ୍କ ଶକ୍ତିଭେଦ

ଲକ୍ଷ୍ମଣଙ୍କ ଶକ୍ତିଭେଦ

4 mins
20

ରାବଣର ପୁତ୍ର ଇନ୍ଦ୍ରଜିତ ଆସି

ମାୟା ଯୁଦ୍ଧ କରୁଥିଲା

ଅଦୃଶ୍ୟ ହୋଇଣ ଲକ୍ଷ୍ମଣ ଙ୍କୁ ସିଏ

ଶକ୍ତି ବାଣ ଛାଡିଦେଲା


ମୂର୍ଚ୍ଛିତ ହୋଇଣ ଲକ୍ଷ୍ମଣ ପଡିଲେ

ଇନ୍ଦ୍ରଜିତ ଆସିଗଲା

ସୈନ୍ୟ ଙ୍କୁ ତାହାର ନେବାକୁ ତାହାଙ୍କୁ

ନିର୍ଦେଶ ଯେ ଦେଇଥିଲା


ସୈନ୍ୟ ମାନେ ଆସି ଯେତେ ଚେଷ୍ଟା କଲେ

ଉଠାଇ ପାରିଲେ ନାହିଁ

ଲକ୍ଷ୍ମଣଙ୍କୁ କେହି ଭୂମି ଉପର ରୁ

ହଲାଇ ପାରିଲେ ନାହିଁ


ଇନ୍ଦ୍ରଜିତ ଆସି ଉଠାଇବା ପାଇଁ

ଲକ୍ଷ୍ମଣ ଙ୍କୁ ଚେଷ୍ଟା କଲେ

ଯେତେ ଚେଷ୍ଟା କଲେ ଲକ୍ଷ୍ମଣ ଙ୍କୁ ସିଏ

ଉଠାଇ ଯେ ନ ପାରିଲେ


ହନୁମାନ ଆସି ଗୋଇଠା ଟେ ମାରି

ତଳକୁ ଗଡାଇ ଦେଲେ

ଲକ୍ଷ୍ମଣ ଙ୍କୁ ଧରି ପବନ ପୁତ୍ର ଯେ

ଶିବିର କୁ ଚାଲିଗଲେ

ଦେଖି ଲକ୍ଷ୍ମଣ ଙ୍କୁ ପ୍ରଭୁ ରାମଚନ୍ଦ୍ର

ଧରି ତାଙ୍କୁ କାନ୍ଦୁଥିଲେ

ଲକ୍ଷ୍ମଣ କେମତି ଭଲ ହେବେ ବୋଲି

ସଭିଏଁ ଯେ ଭାବୁଥିଲେ


ବିଭୀଷଣ ତାଙ୍କୁ କହିଲେ ହେ ପ୍ରଭୁ

ସୁଷେଣ ଙ୍କୁ ହେ ଆଣ

ରାଜ ବୈଦ୍ୟ ସିଏ ଜଡିବୁଟି ବଳେ

ଭଲ କରିବେ ହେ ପୁଣ


ମାରୁତି ନନ୍ଦନ ପ୍ରଭୁ ହନୁମାନ

ବେଗେ କରି ଚଳିଗଲେ

ସୁଷେଣଙ୍କୁ ସବୁ କଥା ସେ ବୁଝାଇ

ଧରି ଯେ ତାଙ୍କୁ ଆଣିଲେ


ସୁଷେଣ ଦେଖିଲେ ଲକ୍ଷ୍ମଣ ଶରୀର

ନାଡି ର ପରୀକ୍ଷା କଲେ

ଛାତି ରେ ତାଙ୍କର କାନ ଦେଇକରି

ବୈଦ୍ୟ ଯେ ପରୀକ୍ଷା କଲେ


ପଚାରିଲେ ପ୍ରଭୁ କୁହ ବୈଦ୍ୟରାଜ

ଲକ୍ଷ୍ମଣ ଶରୀର କଥା

ଅପଣଙ୍କ ଏହି ନୀରବତା ମତେ

ଦେଉଅଛି ଆହେ ବ୍ୟଥା

କହିଲେ ସୁଷେଣ ଜୀବନର ଶେଷ

ନିଶ୍ବାସ ଯେ ଥିବା ଯାଏଁ

ଆୟୁର୍ବେଦ କେବେ ତାହାରି ଆଗରୁ

ହାର ଯେ ମାନି ନଥାଏ


ଉପାୟ ଯେ ଅଛି ବହୁତ କଠିନ

ଗୋଟେ ରାତି ବାକି ଅଛି

ସୂର୍ଯ୍ୟଦୟ ପୂର୍ବୁ ଔଷଧ ଆଣିଲେ

ଲକ୍ଷ୍ମଣ ଯେ ଯିବେ ବଞ୍ଚି


ହିମାଳୟେ ଅଛି ମୃତ ସଂଜୀବନୀ

ତାକୁ ଯେ ଆଣି ପାରିବ

ତେବେ ଯାଇ କରି ଲକ୍ଷ୍ମଣ ଶରୀରେ

ଜୀବନ ସଞ୍ଚାର ହେବ


ହନୁମାନ ଆସି କହିଲେ ପ୍ରଭୁଙ୍କୁ

ଆହେ ପ୍ରଭୁ ଥରେ ଶୁଣ

ସୂର୍ୟଦୋୟ ପୂର୍ବୁ ନ ଆଣି ପାରିଲେ

ଜୀବନ ଦେବି ହେ ପୁଣ


ମୃତ ସଂଜୀବନୀ ସକାଳ ପୂର୍ବରୁ

ଯେମିତି ହେ ଆଣିଦେବି

ନ ଆଣି ପାରିଲେ ମୋର ମୁହଁ ପ୍ରଭୁ

କାହାକୁ ନ ଦେଖାଇବି

ସୁଷେଣଙ୍କ ଠାରୁ ମାର୍ଗ ବୁଝି କରି

ହନୁମାନ ଚଳିଗଲେ

ହିମାଳୟ ଦିଗେ ପବନ ନନ୍ଦନ

ବେଗେ କରି ଯାଉଥିଲେ


ଯାଉଥିଲା ବେଳେ ଆକାଶ ରେ ଉଡି

ଶୁଣିଲେ ଯେ ରାମ ନାମ

ରାମ ନାମ ଶୁଣି ତଳକୁ ଦେଖିଲେ

ପ୍ରଭୁ ବୀର ହନୁମାନ


ଋଷି ଜଣେ ଏକ କୁଟୀର ପାଖରେ

ରାମ ନାମ ଗାଉଛନ୍ତି

ରାମ ନାମ ନେଇ ତୁଣ୍ଡରେ ତାଙ୍କର

ଜପ ସିଏ କରୁଥାନ୍ତି


ହନୁମାନ ଆସି ପାଖରେ ତାଙ୍କର

ପ୍ରଣାମ ଯେ ତାଙ୍କୁ କଲେ

କିଏ ମୁନି ତୁମେ ରାମ ନାମ ଗାଅ

ହନୁ ତାଙ୍କୁ ପଚାରିଲେ


କହିଲେ ସେ ଋଷି ଜାଣି ମୁଁ ପାରୁଛି

କେଉଁ କାରଣ ରୁ ଯାଉ

ଲକ୍ଷ୍ମଣଙ୍କ ପାଇଁ ଜଡିବୁଟି ପାଇଁ

ହିମାଳୟ କୁ ତୁ ଯାଉ

କହିଲେ ହେ ଶୁଣ ପବନ ନନ୍ଦନ

ସବୁ ମୁଁହିଁ ଜାଣିଅଛି

ଦିବ୍ୟ ଦୃଷ୍ଟି ବଳେ ସବୁ କଥା ମୁହିଁ

ଦେଖି ହେ ଜାଣି ପାରୁଛି


କହିଲେ ହେ ତୁମେ ବିଶ୍ରାମ ହେ କର

କିଛି କ୍ଷଣ ରହିଯାଅ

କ୍ଷୁଧା ତୃଷା ତୁମ ମେଣ୍ଟାଇ ଦେଇଣ

ଏହିଠାରୁ ଚାଲିଯାଅ


ବତାଇବି ମୁଁ ଦେବି ଏମିତି ଯେ ମନ୍ତ୍ର

ଭୋକ ଶୋଷ ହେବ ନାହିଁ

ବିନା ଚିନ୍ତା ରେ କାମ ହେ କରିବ

ଅସୁବିଧା ହେବ ନାହିଁ


ହନୁମାନ ପ୍ରଭୁ ଋଷିଙ୍କ କଥାରେ

ମନା ଆଗ କରୁଥିଲେ

ବହୁ କହିଲା ରୁ ଋଷି ଯେ ବୁଝାଇ

ହନୁମାନ ରାଜି ହେଲେ


ଋଷିଙ୍କ କଥାରେ ସ୍ନାନ କରିବାକୁ

ନଦୀ ଭିତରକୁ ଗଲେ

ଗଙ୍ଗାଙ୍କୁ ପ୍ରଣାମ କରିଣ ଯେ ପ୍ରଭୁ

ସ୍ନାନ ଯେ ଆରମ୍ଭ କଲେ

ଏହି ସମୟରେ କୁମ୍ଭୀର ଟିଏ ଯେ

ପାଦ ତାଙ୍କ କାମୁଡ଼ିଲା

ପ୍ରଭୁଙ୍କ ହାତରେ ମରିଣ କୁମ୍ଭୀର

କନ୍ୟା ରୂପେ ଆସିଗଲା


କହିଲା ହେ ପ୍ରଭୁ ଦେବ କନ୍ୟା ମୁହିଁ

ଶାପ ଗ୍ରସ୍ତ ହୋଇଥିଲି

ଆପଣଙ୍କ ପାଦ ଛୁଇଁ କରି ପ୍ରଭୁ

ମୁକ୍ତି ଆଜି ପାଇଗଲି


କହିଲେ ହେ ପ୍ରଭୁ ଋଷି ନୁହଁ ସିଏ

ମୟାବୀ ଅସୁର ଟିଏ

ଆପଣଙ୍କ ରାସ୍ତା ବିଳମ୍ବ ପାଇଁକି

ଉପାୟ କରିଛି ସିଏ


ଶୁଣି ସାରି ସବୁ ହନୁମାନ ଗଲେ

ଋଷି ପାଖେ ପହଁଚିଲେ

ପ୍ରଥମେ ଯେ ଗୁରୁ ଦକ୍ଷିଣା ଦେବାକୁ

ଅସୁର କୁ କହୁଥିଲେ


ପ୍ରଭୁ ତାଙ୍କୁ ଯେବେ ପ୍ରହାର କରିଲେ

ଅସୁର ରୂପେ ଆସିଲା

ହନୁମାନଙ୍କର ପ୍ରହାର ରେ ତାର

ଜୀବନ ଯେ ଚାଲିଗଲା

ପର୍ବତ ପାଖରେ ପହଁଚିଲେ ଯେବେ

ହନୁମାନ ଦେଖୁଥିଲେ

ନାନା ଜାଡ଼ିବୁଟି ବୃକ୍ଷ ଗୁଡିକ ଯେ

ପ୍ରକାଶିତ ହେଉଥିଲେ


ପହଞ୍ଚିଲା ପରେ ପର୍ବତ ଉପରେ

ଆଲୋକ ଯେ ଚାଲିଗଲା

କିଏ କିଏ ତୁମେ ପରିଚୟ ଦିଅ

ପର୍ବତ ଯେ ପଚାରିଲା


ପ୍ରଣାମ କରିଣ ହନୁମାନ ତାଙ୍କୁ

ପରିଚୟ ତାଙ୍କ ଦେଲେ

ଦେବତାଙ୍କ ମିତ୍ର ଶ୍ରୀରାମ ପାଇଁ

ଅସିଛନ୍ତି ସେ କହିଲେ


କହିଲେ ପ୍ରଭୁଙ୍କ କଥା ହନୁମାନ

ଲକ୍ଷ୍ମଣଙ୍କ ଶକ୍ତି କଥା

ଶିଘ୍ର ନେଇଗଲେ ଜଡ଼ିବୁଟି ମୁହିଁ

ଉଠିବେ ଲକ୍ଷ୍ମଣ ଭ୍ରାତା


ଖୁସି ଯେ ହୋଇଣ ଦେବତା କହିଲେ

ଯାହା ଇଛା ନେଇଯାଅ

ଧର୍ମ କାର୍ଯ୍ୟରେ ହେ ତୁମେ ଆସିଅଛ

ଜଡ଼ିବୁଟି ନେଇଯାଅ

ଆଜ୍ଞା ନେଇକରି ହନୁମାନ ଗଲେ

ପର୍ବତ କୁ ଦେଖୁଥିଲେ

ମୃତ ସଂଜୀବନି ବୃକ୍ଷକୁ ଯେ ପ୍ରଭୁ

ଚିହିଁ ଜମା ନ ପାରିଲେ


ମନରେ ଭାବିଲେ ପ୍ରଭୁ ହନୁମାନ

ବେଗେ ଯେ ଯିବାକୁ ହେବ

ଗୋଟିଏ ମୁହୂର୍ତ୍ତ ସମୟ ଯେ ଆଉ

ନଷ୍ଟ ଯେ ନ ହୋଇବ


ପର୍ବତ କୁ ଧରି ପ୍ରଭୁ ହନୁମାନ

ସେଠାରୁ ଚାଲି ଆସିଲେ

ଆସିବା ବାଟରେ ଆକାଶ ମାର୍ଗରେ

ଶିଘ୍ର ଶିଘ୍ର ଆସୁଥିଲେ


ନନ୍ଦିଗ୍ରାମ ଦେଇ ଯାଉଥିବା ବେଳେ

ସୈନ୍ୟ ତାଙ୍କୁ ଦେଖିଦେଲେ

ଶିଘ୍ର ଯାଇକରି ଭାରତ ଙ୍କୁ ସୈନ୍ୟ

ଶତ୍ରୁ ଭାବି କହିଦେଲେ


ଭାରତ ଆସିଣ ଦେଖିଲେ ତାହାଙ୍କୁ

ଶତ୍ରୁ ବୋଲି ଭାବିନେଲେ

ବାଣ ଚଳାଇଣ ପର୍ବତ ସମେତ

ହନୁଙ୍କୁ ପକାଇଦେଲେ

ରାମ ରାମ କହି ପ୍ରଭୁ ହନୁମାନ

ଭୂମି ରେ ଯେ ପଡିଗଲେ

ଅଚେତ ହୋଇବି ରାମ ନାମ ତାଙ୍କ

ତୁଣ୍ଡେ ସିଏ ନେଉଥିଲେ


ଭାରତ ଜାଣିଲେ ଭୁଲ କରିଅଛି

କ୍ଷମା ତାଙ୍କୁ ମାଗୁଥିଲେ

ନ ଜାଣିଣ ମୁହିଁ ଶତ୍ରୁ ବୋଲି ଭାବି

ବାଣ ଯେ ଚଳାଇଦେଲେ


କହିଲେ ଯଦି ମୁଁ ରାମଙ୍କୁ ମୋହର

ସବୁ କିଛି ମାନିଥିବୀ

ଉଠି ବସିବେ ଯେ ରାମ ଭକ୍ତ ଶ୍ରେଷ୍ଠ

ତେବେ ଯେ ଜାଣିପାରିବି


ଚେତା ପାଇ କରି ପ୍ରଭୁ ହନୁମାନ

ଭାରତଙ୍କୁ ଦେଖୁଥିଲେ

କାନ୍ଦ କାନ୍ଦ ହୋଇ ଭରତ ଯେ ତାଙ୍କୁ

ପରିଚୟ ତାଙ୍କୁ ଦେଲେ


ହନୁମାନ ଆଉ ଭରତଙ୍କ ସେଠି

ମିଳନ ଯେ ହୋଇଗଲା

ଦୁଇ ରାମ ଭକ୍ତ ଦୁହିଁଙ୍କୁ ଯେ ଦେଖି

ମନ ତାଙ୍କ ପୁରିଗଲା

ସବୁ କଥା ଶୁଣି ଭରତ କହିଲେ

ଶିଘ୍ର ତୁମେ ଚାଲିଯାଅ

ଲକ୍ଷ୍ମଣ କୁ ମୋର ଜାଡ଼ିବୁଟି ଦେଇ

ଭଲ ତାଙ୍କୁ କରିଦିଅ


ରାମ ନାମ ନେଇ ହନୁମାନ ଗଲେ

ଲଙ୍କା ପୁରେ ପହଞ୍ଚିଲେ

ଦେଖିଣ ତାହାଙ୍କୁ ସବୁ ଯୋଦ୍ଧା ମାନେ

ମନେ ଖୁସି ହେଉଥିଲେ


ସୁଷେଣଙ୍କୁ ହନୁ କହିଲେ ହେ ଶୁଣ

ଜାଣି ଯେ ପାରିଲି ନାହିଁ

ସେଥିପାଇଁ ପୁରା ପର୍ବତ ଧରି

ଚାଲି ଯେ ଆସିଲି ମୁହିଁ


ବିଳମ୍ବ ନ କରି ସୁଷେଣ ଯେ ଗଲେ

ବୃକ୍ଷ କୁ ପ୍ରଣାମ କଲେ

ଜାଡ଼ିବୁଟି ଆଣି ପଥର ରେ ବାଟି

ଲକ୍ଷ୍ମଣଙ୍କୁ ପିଆଇଲେ


ଚେତା ପାଇକରି ଲକ୍ଷ୍ମଣ ଉଠିଲେ

ପ୍ରଭୁ ରାମ ଖୁସି ହେଲେ

ହନୁମାନଙ୍କୁ ଯେ ପ୍ରଭୁ ରାମଚନ୍ଦ୍ର

ଧନ୍ୟବାଦ ଦେଇଥିଲେ

ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ ଲୀଳା

କିଏବା ବୁଝି ପାରିବ

ଭୁଲ ଯଦି କିଛି ଲେଖିଥିବି ପ୍ରଭୁ

ମତେ ହେ କ୍ଷମା କରିବ  ।


Rate this content
Log in

Similar oriya poem from Classics