ଶବରୀ ରାମଙ୍କ ମିଳନ
ଶବରୀ ରାମଙ୍କ ମିଳନ
ସୀତାଙ୍କୁ ଖୋଜିଣ ପ୍ରଭୁ ରାମଚନ୍ଦ୍ର
ବନ ମଧ୍ୟେ ଯାଉଥିଲେ
ବିଶାଳ ଶରୀର ହୋଇଥିବା ଏକ
ରାକ୍ଷସ କୁ ଦେଖିଦେଲେ
କବନ୍ଧ ରାକ୍ଷସ ପ୍ରଭୁଙ୍କ ହାତରେ
ମୋକ୍ଷ ପ୍ରାପ୍ତି ପାଇଗଲା
ପ୍ରଭୁ ଶ୍ରୀରାମ ଙ୍କୁ ଦିବ୍ୟଦୃଷ୍ଟି ବଳେ
ସୀତାଙ୍କ କଥା କହିଲା
ଲଙ୍କା ର ନରେଶ ବିଶ୍ରାବା ନନ୍ଦନ
ରାବଣ ଯେ ନେଇଅଛି
ମାତା ସୀତାଙ୍କୁ ସେ ଅଶୋକ ବନରେ
ବନ୍ଦୀ କରି ରଖିଅଛି
ପଶ୍ଚିମ ଦିଗକୁ ଯାଆନ୍ତୁ ହେ ପ୍ରଭୁ
ପମ୍ପା ସରବୋର ପାଖେ
ମାତଙ୍ଗ ଋଷିଙ୍କ ଆଶ୍ରମ ରହିଛି
ସେଇ ସରବୋର ପାଖେ
ମାତଙ୍ଗ ଋଷି ତ ନାଂହଁନ୍ତି ଆଉ ଯେ
ସ୍ଵର୍ଗ ପ୍ରାପ୍ତି ହୋଇଛନ୍ତି
ତାଙ୍କ ଶିସ୍ୟା ସେଠି ଶଵରୀ ନାମରେ
ଆଶ୍ରମ ରେ ରହିଛନ୍ତି
ମାତଙ୍ଗ ଋଷିଙ୍କ ପ୍ରଭାବ ରେ ସେଠି
ଶାନ୍ତି ପୁରା ରହିଅଛି
ହିଂସ୍ର ପଶୁ ମାନେ ଆଶ୍ରମ ରେ ଆସି
ହିଂସା ଯେ ଭୁଲିଯାଉଛି
ଏହା କହି ସିଏ ସ୍ୱର୍ଗ କୁ ଚାଲିଲେ
ପ୍ରଭୁଙ୍କୁ ପ୍ରଣାମ କରି
ରାମ ଲକ୍ଷଣ ଯେ ପଶ୍ଚିମ ଦିଗକୁ
ଗଲେ ଯେ ଶିଘ୍ର ବାହାରି
ଦୁରୁ ଯେ ଦେଖିଲେ ଋଷି ମାତା ଜଣେ
ପୁଷ୍ପ ସେ ସଜାଡୁଛନ୍ତି
ଆସିବା ବାଟ କୁ କାହାର ଯେମିତି
ଅପେକ୍ଷା ତ କରିଛନ୍ତି
ପ୍ରବେଶ ହୋଇଲେ ଦୁଇ ଭାଇ ସେଠି
ଶଵରୀ ତ ଦେଖିଦେଲେ
କିଏ ତୁମେ ପ୍ରଭୁ ଆସିବା କାରଣ
ପ୍ରଭୁଙ୍କୁ ପଚାରୁଥିଲେ
କହିଲେ ଯେ ପ୍ରଭୁ ରାମ ମୋର ନାମ
ଅନୁଜ ମୋର ଲକ୍ଷ୍ମଣ
ମାତା ଶଵରୀ ଙ୍କୁ ଭେଟିବା ପାଇଁ କି
ଆସିବାର ଆମ କାରଣ
ଶୁଣି ଦେଲେ ଯେବେ ରାମଙ୍କର ନାମ
ଶଵରୀ ତ କାନ୍ଦୁଥିଲେ
ରାମଙ୍କ ପାଦକୁ ଆଖିର ଲୁହରେ
ମାତା ପୁରା ଧୋଇଦେଲେ
ବିଛେଇ ସେ ଥିଲେ ଆସିବା ବାଟରେ
ପ୍ରଭୁଙ୍କର ସିଏ ଫୁଲ
ପାଛୋଟି ସେ ନେଲେ କୁଟୀର ଙ୍କୁ ତାଙ୍କ
ନାହିଁ ତାଙ୍କ ସ୍ନେହଁ ମୂଲ
ଅସାନ ପକାଇ ବସାଇଲେ ତାଙ୍କୁ
ଦେଖି ତାଙ୍କୁ କାନ୍ଦୁଥିଲେ
କେତେ ବରଷ ର ପ୍ରତୀକ୍ଷା ର ଅନ୍ତ
ହେଲା ବୋଲି କହୁଥିଲେ
କହିଲେ ପ୍ରଭୁଙ୍କୁ ଭୋକ ହେଉଥିବ
ଆଣୁଛି କିଛି ମୁ ଫଳ
ବାଛି ବାଛି କରି ଚାଖି ମୁ ପାଟିରେ
ଆଣିଛି ବଣ ରୁ ଫଳ
ଶଵରୀ ଯେ ଦେଲେ ଅଧା ଖିଆ କୋଳି
ପ୍ରଭୁ ଆନନ୍ଦରେ ନେଲେ
ଭକତ ର ଭକ୍ତି ବୁଝନ୍ତି ଯେ ରାମ
ଆନନ୍ଦରେ ଖାଉଥିଲେ
କହିଲେ ଶଵରୀ ଚାଖି ମୁ ଆଣିଛି
ବଣ ରୁ ମୁଁ ଏହି କୋଳି
କସା କୁ ଆଡେଇ ମିଠା କୋଳି ଚାଖି
ରଖିଛି ପ୍ରଭୁ ଏ କୋଳି
ପଚାରିଲେ ପ୍ରଭୁ ସବୁ ଜାଣିକାରୀ
କେମିତି ଯେ ଜାଣିଥିଲେ
ଆମ ଦୁହିଁଙ୍କର ଆସିବାର କଥା
କେମିତି ତ ଜାଣିଥିଲେ
କହିଲେ ଯେ ମାତା ମୋ ଗୁରୁ ମାତଙ୍ଗ
ଥିଲେ ଯେ ପରମ ଜ୍ଞାନୀ
ନିଜ ଜ୍ଞାନ ବଳେ ଜାଣି ପାରୁଥିଲେ
ଭବିଷ୍ୟତର ତ ବାଣୀ
ଦିବ୍ୟ ରଥେ ବସି ଗୁରୁଦେବ ମୋର
ସ୍ୱର୍ଗ ଧମେ ଯାଇଥିଲେ
ଯିବା ଆଗରୁ ତ ପ୍ରଭୁଙ୍କ ବିଷୟରେ
ସବୁ କଥା କହିଥିଲେ
ତ୍ରେତୟା ଯୁଗରେ ରାମ ଅବତାରେ
ପ୍ରଭୁ ରାମ ଜନ୍ମ ନେବେ
ମାତା ସୀତାଙ୍କୁ ତ ଖୋଜିବା ପାଇଁକି
ଆଶ୍ରମ ମଧ୍ୟେ ଆସିବେ
ସୁଗ୍ରୀବ ଙ୍କ ସହ ମିତ୍ରତା କରିବେ
ଲଙ୍କା ଅଭିମୁଖେ ଯିବେ
ରାବଣ ବିନାଶି ସୀତାଙ୍କ ସହିତ
ଅଯୋଧ୍ୟା କୁ ଫେରିଯିବେ
ମୋହରି ମଧ୍ୟରେ ଭକ୍ତି ଭାବ ଦେଖି
ଗୁରୁଦେବ କହିଥିଲେ
ପ୍ରଭୁଙ୍କ ଦର୍ଶନ ପାଇ କରି ତୁମେ
ଆସିବାକୁ କହିଥିଲେ
ସେଇଦିନୁ ପ୍ରଭୁ ପ୍ରତୀକ୍ଷା ରେ ତୁମ
ନୀତି ମୁ ଅପେକ୍ଷା କରେ
ସବୁଦିନ ତୁମ ଆସିବା ବାଟକୁ
ଫୁଲ ଦେଇକରି ଭରେ
କବନ୍ଧଙ୍କ ଠାରୁ ସୁଗ୍ରୀବଙ୍କ କଥା
ଦୁହିଁ ଭାଇ ଶୁଣିଥିଲେ
ସୀତା ଙ୍କ ଉଧାରେ ସାହାଯ୍ୟ କରିବେ
କବନ୍ଧ ତ କହିଥିଲେ
ମାତା ଶଵରୀଙ୍କୁ ପ୍ରଭୁ ପଚାରିଲେ
ସୁଗ୍ରୀବଙ୍କ ବିଷୟରେ
ମାତା ଯେ କହିଲେ ପ୍ରଭୁ ଙ୍କୁ ବୁଝାଇ
ସୁଗ୍ରୀବଙ୍କ ସମ୍ବନ୍ଧରେ
କିଛି ବାଟ ଗଲେ ପମ୍ପା ସରବୋର
ଆଗକୁ ପ୍ରଭୁ ଆସିବ
ତାହାରି ପାଖରେ ରୁଶ୍ୟମୂକ ନାମେ
ପର୍ବତ ତ ଦେଖାଯିବ
ତାହାରି ଉପରେ ସୁଗ୍ରୀବ ଅଛନ୍ତି
ଚାରି ମନ୍ତ୍ରୀ ସଙ୍ଗତରେ
ଆପଣଙ୍କ ପ୍ରିୟ ଭକ୍ତ ରହିଛନ୍ତି
ହନୁମାନ ସେହିଠାରେ
ପ୍ରଭୁ ପଚାରିଲା ହେ ମାତା ଶଵରୀ
ଦେଖିବୁ ଗୁରୁଙ୍କ ସ୍ଥାନ
ଦିବ୍ୟ ଋଷି ଙ୍କର ଆସ୍ଥାନ ଦେଖିଲେ
ପୁରିଯିବ ଏଇ ମନ
ମାତାଙ୍କ ସାଥିରେ ଦୁଇ ଭାଇ ଯାଇ
ଋଷିଙ୍କ ସ୍ଥାନ ଦେଖିଲେ
ଦିବ୍ୟ ଜ୍ୟୋତିକୁ ଯେ ଦୁଇ ଭାଇ ସେଠି
ହୃଦୟୁ ପ୍ରଣାମ କଲେ
କହିଲେ ହେ ମାତା ବିଦାୟ ଯେ ଦିଅ
ଶିଘ୍ର ଆମେ ଏଠୁ ଯିବୁ
ସୁଗ୍ରୀବ ଙ୍କ ସଙ୍ଗେ ଭେଟ ହୋଇ ଆମେ
ମିତ୍ରତା ଦୁହେଁ କରିବୁ
ମାତା ଯେ କହିଲେ ପ୍ରଭୁ ମୋର ଶୁଣ
ମତେ ଯେ ବିଦାୟ ଦିଅ
ଯିବା ଆଗରୁ ମୁ ଭକ୍ତି ଜ୍ଞାନ କଥା
ମତେ ହେ ବୁଝାଇ ଦିଅ
ଗୁରୁଦେବ ମୋର କହିଥିଲେ ମତେ
ଶୁଣିବି ଭକ୍ତି ର ଜ୍ଞାନ
ଆପଣଙ୍କ ସେବା ଜ୍ଞାନ ବାଣୀ ଶୁଣି
ଛାଡ଼ିବି ଏ ଇହ ଧାମ
କହିଲେ ପ୍ରଭୁ ଯେ ମାତା ସବରୀଙ୍କୁ
ହେ ମାତା କହୁଛି ଶୁଣ
ଗୁରୁଜନ ମୁଖୁ ଯାହା ମୁ ଶୁଣିଛି
କହୁଛି ତାହା ଯେ ପୁଣ
ନବଭକ୍ତି ଜ୍ଞାନ ବିଷୟେ କହିଲେ
ମାତା ସବୁ ଶୁଣୁଥିଲେ
ଜ୍ଞାନ ପ୍ରାପ୍ତି କରି ପ୍ରଭୁ ଆଜ୍ଞା ନେଇ
ଗୁରୁଙ୍କ ପାଖେ ଚାଲିଲେ
ଭକ୍ତ ଭଗବାନ ମିଳନ ହୋଇଲା
ସବରୀ ଯେ ଚାଲିଗଲେ
ନିଜ ଭକ୍ତି ଆଉ ସ୍ନେହଁ ପ୍ରେମ ପାଇଁ
ଯୁଗ ଯୁଗ ରହିଗଲେ
ହୀନ ଏଇ ଦାସ ଲେଖୁଛି ହେ ପ୍ରଭୁ
ଧରି ତୁଣ୍ଡେ ତୁମ ନାମ
ଭୁଲ କିଛି ପ୍ରଭୁ ଲେଖୁଦେଇଥିବି
କ୍ଷମା କରିବ ହେ ରାମ ।
