STORYMIRROR

Mahendra Kumar Swain

Abstract

4  

Mahendra Kumar Swain

Abstract

ସୀତା ଚୋରି

ସୀତା ଚୋରି

1 min
281

ନିଶାଦ ରାଜାଙ୍କ ସହ ଦେଖା ହୋଇ

ଗୃହ ରେ ତାଙ୍କ ରହିଲେ

କୈବର୍ତ କୁ ପ୍ରଭୁ ପାଦ ଧୋଇବାର

ସୁଯୋଗ ଯେ ଦେଇଥିଲେ


ବନବାସ ମଧ୍ୟେ ମୁନି ଋଷିଙ୍କର

ଆଶ୍ରାମ କୁ ଯାଇଥିଲେ

କେତେ ଭକ୍ତ ଙ୍କର ମନର ଇଚ୍ଛା କୁ

ପ୍ରଭୁ ପୁରା କରିଥିଲେ


ମାୟାବୀ ରାକ୍ଷସୀ ସୃପନଖା ଆସି

ବିବାହ ପ୍ରସ୍ତାବ ଦେଲା

ମାତା ଙ୍କୁ ମାରିବା ପାଇଁ ଗଲା ବେଳେ

ନାକ ତାର ଚ୍ଛେଦ ହେଲା


ଖର ଧୂଷଣ ଯେ ଭାଇ ତାର ମଲେ

ରାଗରେ ସେ ଜଳୁଥିଲା

ତ୍ରିଲୋକ ବିଜୟୀ ରାବଣ ତା ଭାଇ

ତାକୁ ଏହା କହିଦେଲା


ଶୁଣି ଯେ ରାବଣ ରାଗ ରେ ଆସି

ମାୟା ମୃଗ ପଠାଇଲା

ଋଷି ବେଶ ହୋଇ ମାତା ଜାନକୀ ଙ୍କୁ

ଚୋରୀ କରି ନେଇଗଲା

ପୁଷ୍ପକ ବିମାନେ ନେଇକରି ଯେବେ

ଆକାଶରେ ଯାଉଥିଲା

ମତାଙ୍କର ସ୍ବର ଜଟାୟୁ ଯେ ଶୁଣି

ସେଠାରେ ଯେ ଆସିଗଲା  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract