STORYMIRROR

Mahendra Kumar Swain

Classics

3  

Mahendra Kumar Swain

Classics

ରାମ ଓ ସୁଗ୍ରୀବଙ୍କ ମିତ୍ରତା

ରାମ ଓ ସୁଗ୍ରୀବଙ୍କ ମିତ୍ରତା

1 min
91

ରାମ ଲକ୍ଷ୍ମଣ ଙ୍କୁ ସୁଗ୍ରୀବ ବିଷୟେ 

ଶବରୀ ଯେ କହିଥିଲେ 

ସେଠାକୁ ଯିବାର ରାସ୍ତା କହି କରି 

ସ୍ଵର୍ଗ କୁ ଗମନ କଲେ 


ହନୁମାନ ସହ ପରିଚୟ ହେଲେ 

ଋଷ୍ୟମୁଖେ ସର୍ବେ ଗଲେ 

ସୁଗ୍ରୀବ ଙ୍କ ସହ ପ୍ରଭୁ ରାମଚନ୍ଦ୍ର 

ମିତ୍ରତା ଯେ କରିଥିଲେ 

ବାଳୀ କୁ ମାରିଣ ପ୍ରଭୁ ରାମଚନ୍ଦ୍ର 

ସୁଗ୍ରୀବ ଙ୍କୁ ରାଜା କଲେ 

ବାନର ସେନାଙ୍କ ସାହାଯ୍ୟ ଯେ ନେଇ 

ସୀତାଙ୍କୁ ଯେ ଖୋଜୁଥିଲେ 


ପୂର୍ବ ଶକ୍ତି କଥା ସ୍ମରଣ କରିଣ 

ହନୁମାନ ଲଙ୍କା ଗଲେ 

ଲଙ୍କିନୀ କୁ ମାରି ମାତା ସିତାଙ୍କୁ ଯେ 

ପରିଚୟ ତାଙ୍କ ଦେଲେ 


ବାଟିକା କୁ ହନୁ ଭାଙ୍ଗି ରୁଜି ଦେଲେ 

ରାବଣ ପୁତ୍ର ମାରିଲେ 

ବ୍ରହ୍ମ ସରେ ହନୁ ବନ୍ଧା ହୋଇ କରି 

ରାବଣ ପାଖେ ଆସିଲେ 


ଲାଙ୍ଗୁଡ ରେ ତାଙ୍କ ନିଆଁ ଯେ ଲଗାଇ 

ହନୁଙ୍କୁ ଯେ ଛାଡିଦେଲେ 

ପ୍ରଭୁ ହନୁମାନ ଲଙ୍କା ପୁରି କୁ ଯେ

ନିଆଁ ରେ ତ ଜାଳିଦେଲେ 


ଫେରି ଆସି କରି ପ୍ରଭୁ ଙ୍କ ପାଖରେ 

ସମସ୍ତ କଥା କହିଲେ 

ଲଙ୍କା କୁ ଯିବାକୁ ସବୁ ଯୋଦ୍ଧା ମାନେ 

ପ୍ରସ୍ତୁତ ଯେ ହେଉଥିଲେ 

ନଳ ନୀଳ ଆଉ ବାନର ସାଥିରେ 

ସେତୁ ବନ୍ଧ ହୋଇଗଲା 

ଲଙ୍କା କୁ ଯିବାକୁ ସୁଗମ ବାଟ ଯେ 

ତିଆରି ଯେ ହୋଇଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics