ଅପେକ୍ଷା ର ସାୟାହ୍ନେ; ଲାଲ୍ ଜହ୍ନ
ଅପେକ୍ଷା ର ସାୟାହ୍ନେ; ଲାଲ୍ ଜହ୍ନ
ଆଜି ପୁଣି ମାେ କବିତା ର ପ୍ରତି ଟି ପଦରେ
ତୁମ ନିଃଶ୍ୱାସ ର ବାସ୍ନା ବାରି ହେଉଚି ଧୀରେ ଧୀରେ...
ପୁଣି ଥରେ ଶବ୍ଦ ଗୁଡ଼ାକ ତୁନୀ ତୁନୀ କହି ଯାଉଛନ୍ତି..
ସେଇ ପୁରୁଣା କାହାଣୀ ରେ ଲେଖା ଯାଇଥିବା
ସନ୍ଦେହ ଓ ଶାଳୀନତା ର କିଛି କାଳ୍ପନିକ କାମନା କୁ...!
କିଛି ନିଚ୍ଛକ ନୀରବତା କୁ ସାମ୍ନା କରୁଥିବା
ରହସ୍ୟ ଓ ରୋମାଞ୍ଚ ରେ ଭରା ଥିବା
ଅନାବନା ପତ୍ର ଝଡ଼ା ସ୍ମୃତି ସବୁକୁ...!
ଅପେକ୍ଷା ର ସାୟାହ୍ନ ରେ ଅବନିତ ,
କିଛି ଦୂର ରେ ହାତ ଠାରି ଡାକୁଥିବା
ସେ ଲାଲ ଜହ୍ନ ସଦୃଶ ,
ନିସ୍ତେଜ ବସନ୍ତ ର ଏକ ରମ୍ୟ ପରିଭାଷା କୁ..!
ତଥାପି ..!
କେଉଁ ପଂକ୍ତି ର ସ୍ପର୍ଶ ହେତୁ ତୁମେ କ୍ଷୁବ୍ଧ
ଅବା ପର ପୃଷ୍ଠାର କମ୍ର ଅନୁଭବ ରେ ତୁମେ ନିସ୍ତବ୍ଧ....
ଅପେକ୍ଷା ପୁଣି ରହିଛି ସେଇ ଦୃଶ୍ୟ ।।