STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

କୃଷ୍ଣ ବଳରାମ ବେଶ

କୃଷ୍ଣ ବଳରାମ ବେଶ

1 min
292


ବଡ ଦେଉଳରେ କୃଷ୍ଣ ଲୀଳା ବେଶ

ନିଷ୍ଠା ସହିତ ପାଳନ

ଭିନ୍ନ ଭିନ୍ନ ବେଶ ତିଥି ଅନୁଯାୟୀ

ରହିଛି ବିଧି ବିଧାନ

ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ

କୃଷ୍ଣ ବଳରାମ ବେଶ

ପୂର୍ବେ ଏ ତିଥିରେ ହେଉଥିଲା             

ଗିରି ଗୋବର୍ଦ୍ଧନ ବେଶ

ଗୋପ ପୁରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା

ହୋଇଥାଏ ପ୍ରଦର୍ଶିତ

କୃଷ୍ଣ ରୂପେ ଜଗନ୍ନାଥଙ୍କର ବେଶ

ବଳଭଦ୍ର ବଳରାମ

ଦେବୀ ସୁଭଦ୍ରାଙ୍କ ବେଶ ହୋଇଥାଏ

ଭାଇଙ୍କ ଭଗିନୀ ସମ

ଶ୍ରୀକୃଷ୍ଣଙ୍କ ଗୋପ ପୁରେ ବାଲ୍ୟ ଲୀଳା

ହୋଇଥାଏ ପ୍ରଦର୍ଶିତ

ବେଶ ଉପକରଣ ଦ୍ଵାରା ସଜାଇ

ଶ୍ରୀଜୀଉ ହୁଏ ଶୋଭିତ

ଛନ୍ଦ ପୟର ଭଙ୍ଗୀ ରେ ଦୁଇ ଭାଇ

ହୁଅନ୍ତି ଦଣ୍ଡାୟମାନ

ଦେବୀ ସୁଭଦ୍ରାଙ୍କ ଭଙ୍ଗୀ ହୋଇଥାଏ

ଚକା ମୁଣ୍ଡି ପଦ୍ମାସନ

ଜଗନ୍ନାଥଙ୍କ ହସ୍ତରେ ବଂଶୀ ସହ

ପଦ୍ମ ପୁଣି ଅଳଙ୍କାର

ବଳଭଦ୍ରଙ୍କ ହସ୍ତରେ ଶିଙ୍ଗା ପୁଣି

ପଦ୍ମ ସହ ଅଳଙ୍କାର

ଚତୁଃହସ୍ତ ଦେବୀ ସୁଭଦ୍ରାଙ୍କ ହସ୍ତେ

ପାଶ ଓ ଅଙ୍କୁଶ ଧାରଣ

ଅଭୟ ମୁଦ୍ରାରେ ରହିଥାନ୍ତି ଦେବୀ

ଅଳଙ୍କାରେ ସୁଶୋଭନ

ଶ୍ରୀଜୀଉଙ୍କ ପାର୍ଶ୍ୱରେ ରହି ଥାନ୍ତି 

କାଠ ର ଗାଈ ବାଛୁରୀ

ବ୍ରହ୍ମା,ନାରଦ,ଇନ୍ଦ୍ର ,ଗୋପ ବାଳକ 

ନନ୍ଦ ଉପନନ୍ଦ ଘେରି

ବସୁଦେବ, ଯଶୋଦା,ଦେବକୀ ,ଗୋପୀ

ରୋହିଣୀ କଳା ଗୋପାଳ

ପ୍ରତିମା ରଖାଯାଇ ଗୋପ ଲୀଳା ସ୍ମୃତି

କୃଷ୍ଣ ଓ ଗୋପୀ ଗୋପାଳ

କୃଷ୍ଣ ପ୍ରେମ ଭାବ ଜାଗ୍ରତ ହୁଅଇ

ସେହି ବେଶ ଦର୍ଶନରେ

ଗୋପ ପୁର ପରି ଭ୍ରମ ସୃଷ୍ଟି ହୁଏ

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରେ

ଧନ୍ୟ ମହାପ୍ରଭୁ ମହିମା ତୁମର

କଳି ରେ ଗୋପ ବେଶ

ଧନ୍ୟ ସେହି ଗୋପପୁର ସାଙ୍ଗ ସାଥି

ବେଶ ଦର୍ଶନେ ସନ୍ତୋଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract