ସବୁ ଦିଶେ ଜଳ ଜଳ
ସବୁ ଦିଶେ ଜଳ ଜଳ
ଖୁଵ ଅଦ୍ଭୁତ ଲାଗେ
ଜୀବନ ର ପଥ
ଚାଲିଛି ଏଠି
ଅହରହ ନାଟ
ହସ ପଛେ ଅଛି
କାନ୍ଦ ର ସଙ୍କଟ
ସ୍ନେହ ଅମୃତ ରେ
ବିଷ ଯେ ଉତ୍କଟ l
ରହି ରହି ଶୁଭେ
କାଳର କରାଳ
ସ୍ୱଳ୍ପ ସମୟରେ
କାର୍ଯ୍ୟ ଅସମ୍ଭାଳ
କିଏ ଜାଣେ କେବେ
ଆସିବ ପ୍ରଳୟ
ଛାଡିବାକୁ ହେବ
ସଂସାର ବଳୟ l
ମିଛ ଛଳ କଥା
ସବୁରି ମୁହଁର
ସତେ ଅବା ଏଠି
ବନାଇଛି ଘର
ସ୍ନେହ ପ୍ରେମ ଭକ୍ତି
ସତେ ଅବା ପର
ପ୍ରତିଯୋଗିତା ରେ
ସବୁ ଆଗଭର l
ଚାଲୁ ଚାଲୁ ଏଠି
ପଡେ କଣ୍ଟା ଝଣ୍ଟା
କଷ୍ଟ ହୃଦେ ଚାପି
ଭୁଲି ଚାଲୁ ଥକ୍କା
ସୁନେଲୀ ସପନ
ଲାଗେ ଏଠି ଫିକା
ମନ ଅଗଣାଟା
ଲାଗେ ଏକା ଏକା l
ସଳଖ ସୁନ୍ଦର
ରାସ୍ତା ସୁକୋମଳ
ନଜୁଟେ ଭାଗ୍ୟରେ
ଲାଗେ ଭାରି ଭୟ
ଦୀପର ଆଲୋକ
ଆଶାର ଉଜ୍ବଳ
ସବୁ ଦିଶେ ଖାଲି
ଆଜି ଜଳଜଳ
ନିରାଶାର ପଥେ
ଜୁଟୁଥାଉ ବଳ l
