STORYMIRROR

Kabiratna Nutan Kumar Behera

Abstract Classics

4  

Kabiratna Nutan Kumar Behera

Abstract Classics

ବିଜୟ ମନ୍ତ୍ର ଶିଖା ଲୋ ମାଆ

ବିଜୟ ମନ୍ତ୍ର ଶିଖା ଲୋ ମାଆ

1 min
401


ହେ ମାଆ ଜଗତଜନନୀ ବରାଭୟ ଦାୟିନୀ

ବିଶ୍ଵ ବ୍ରହାଣ୍ଡରେ ତୁ ଆଦିମାତା ଶକ୍ତିଦାତ୍ରୀ ଦେବୀ 

ତୋ ସ୍ନେହ କରୁଣାର ଫଲଗୁ ଧାରା ବୁହାଇ

ସୃଷ୍ଟି କଲୁ ସୁନ୍ଦର ପ୍ରକୃତି କୋଳରେ ଜୀବ ଜଗତ

ମାନବକୁ ଜନ୍ମ ଦେଇ କଲୁ ବିଚାରବାନ ଶ୍ରେଷ୍ଠ

ସେ ଶ୍ରେଷ୍ଠ ହୋଇ କରି ଚାଲିଛି ତୋ ଦାନକୁ ଅନିଷ୍ଟ 

ପଞ୍ଚଭୂତ :- ଜଳ ସ୍ଥଳ ବାୟୁ ଅଗ୍ନି ଆକାଶ ସାଥୀରେ 

ଖେଳି ଜାଳି ଜଳି କରୁଛି ଖାଲି ତା'ର ଅବକ୍ଷୟ

ତୁଚ୍ଛ ପାର୍ଥିବ ସମ୍ପଦ ପାଇବାକୁ କରେ ହଣାକଟା

କାହା ଆଖିରୁ ଝରାଏ ଲୁହ କାହାର ନିଏ ପ୍ରାଣ

ଦିନକୁ ଦିନ ତା ହୃଦୟ ହେଉଛି କଠୋର ପାଷାଣ

ତ୍ରିଶୂଳ ଆଘାତେ ମାରିଥିଲୁ ସିନା ମହିଷାସୁର

ଚେତିଲେ ନାହିଁ ସେ ଦୁଷ୍ଟ ଗର୍ବୀ ପାପୀଙ୍କ ବଂଶଧର

ତ୍ରିତାପର ତାପ ଚାପରେ ସଂସାରକୁ ଜାଳେ ଅହରହ

ମଣିଷକୁ ଓଟାରି ନିଏ ମିଛ ମାୟା ଲୋଭ ମୋହ

ଅସ୍ତ୍ର ଶସ୍ତ୍ରରେ ନ ମାରି ତୁ ଦେଖାଉଛୁ ସିନା ଦୟା

ମାତ୍ର ସେ ତା ନିଜ ହତ ବୁଦ୍ଧିରେ ମରୁଛି ନିତି ନିତି

ସାଜୁଛି ଅଧମ ଅଜ୍ଞାନ ସେଇ ଭସ୍ମାସୁର ପରି 

ବିଜୟ ପାଇବାକୁ ଆଶା ଆକାଂକ୍ଷା କରୁଛି ଅଶେଷ

ମନରେ ରଖୁ ନାହିଁ ତା'ର ଟିକିଏ ଭରସା ବିଶ୍ଵାସ

ସଞ୍ଚୁ ନାହିଁ ସାହସ କି ଧରୁ ନାହିଁ ସେ ଧୈର୍ଯ୍ୟ

କଠିନ ପରିଶ୍ରମ କରିବାକୁ ଦିଏ ସେ ପଛଘୁଞ୍ଚା 

ସହଜ ସୁବିଧା ଅଳ୍ପ ସମୟେ ପାଇବାକୁ ଚାହେଁ ସବୁ 

ଇଚ୍ଛା ମାତ୍ରେ ଖୋଜୁଛି ପରିପୂର୍ଣ୍ଣ କରିବାକୁ ତା ଆଶା 

ପରାସ୍ତ ହୁଏ ବାରମ୍ବାର ତଥାପି କରେ କୁଟଚକ୍ର 

ଯାହା ହେଉଛ ସବୁ ମଣିଷଙ୍କ ଭିତରେ ହିଁ ତ

ଜଣେ ରକ୍ଷକ ହେଲା ବେଳକୁ ଭକ୍ଷକ ଅନେକ

ବାହୁ ବଳେ ଧନ ବଳେ କୁଟ ବଳେ ହୁଏ ଶକ୍ତିଶାଳୀ

ସରଳ ନିରୀହ ଲୋକ ମରନ୍ତି ଯେହ୍ନେ ପୋକ ମାଛି

ହେ ମାଆ କରୁଣାମୟୀ ତାରିଣୀ କରୁଛି ଗୁହାରି

ଏ ମଣିଷର ମନରେ ନ ରହୁ ମହିଷାସୁରର ପ୍ରବୃତ୍ତି

ନ ଆସୁ ଅକାଳରେ ସଂକଟ ନ ପଡୁ କିଛି ବିପତ୍ତି 

ମଣିଷଟିଏ ମଣିଷ ପରି ହୋଇ ରହୁ ଜଗତରେ 

ଜୀବନ ସଂଗ୍ରାମରେ କରି ଚାଲୁ ଧର୍ମର ଜୟ 

ଦୟାମୟୀ ମମତାମୟୀ ହୁଅ ଗୋ ବାରେ ସାହା

ଏ ମଣିଷକୁ ବିଜୟ ମନ୍ତ୍ର ଶିଖା ଲୋ ମାଆ....।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract