STORYMIRROR

Kabiratna Nutan Kumar Behera

Abstract Classics

4  

Kabiratna Nutan Kumar Behera

Abstract Classics

ଦେବୀ ମା' ମହାଲକ୍ଷ୍ମୀଙ୍କ ଜନ୍ମ

ଦେବୀ ମା' ମହାଲକ୍ଷ୍ମୀଙ୍କ ଜନ୍ମ

1 min
249


      ( ରାଗ -- ବିଭାସ କେଦାର )


ସୃଷ୍ଟିରେ ସଂସାର ଆକାଶ ସାଗର,

       ଆଦି ଅନ୍ତ ତାର ଅଶେଷ ଅପାର।

ବ୍ରହ୍ମାଣ୍ଡ ଗୋଟିଏ ରୂପ ତା' କୋଟିଏ 

      ପ୍ରାଣୀ ପ୍ରାଣ ପାଏ ସୁଖେ ରହିଥାଏ।

ଦେବାସୁର ମିଶି ମନ୍ଥିଲେ ଯେ ଆସି, 

         ସିନ୍ଧୁ ଜଳରାଶି ଶକତି ପ୍ରକାଶି।

ତହୁଁ ଆବିର୍ଭାବୀ ମହାଲକ୍ଷ୍ମୀ ଦେବୀ,

       ଜଗତେ ପ୍ରଭାବି ପ୍ରକାଶିଲେ ଛବି।

କ୍ଷୀରାବ୍ଧି ତନୟା ନାମେ ମହାମାୟା,

       କରନ୍ତି ସୁଦୟା ମାତା ବିଷ୍ଣୁପ୍ରିୟା।

ସାଗରରୁ ଜନ୍ମି ହେଲେ ମହାଲକ୍ଷ୍ମୀ,

     ପ୍ରଭୁ ଅନ୍ତର୍ଯ୍ୟାମୀ ସ୍ଵୟଂ ତାଙ୍କ ସ୍ଵାମୀ।  

ଜନ୍ମ ଲଭି ମାତା ଜଗତେ ବିଦିତା,

       ସାଗର ଦୁହିତା ସଂସାରର ହିତା।

ଭିନ୍ନ ଏକ ମତ ପୁରାଣେ ବର୍ଣ୍ଣିତ

     ଲକ୍ଷ୍ମୀ ହେଲେ ଜାତ ହିତରେ ଜଗତ।

ପ୍ରଜାପତି ଭୃଗୁ  ଜ୍ଞାନ ଧ୍ୟାନ ଯୋଗୁଁ ,

      ବିଚାରିଣ ଆଗୁଁ ଜାତ କଲେ ତ୍ୟାଗୁଁ।

ଲକ୍ଷ୍ମୀ ନାମେ କନ୍ୟା ଜନ୍ମି ସେ ଅନନ୍ୟା,

     ଅନ୍ନଦାତ୍ରୀ ଧନ୍ୟା ମହାଲକ୍ଷ୍ମୀ ମାନ୍ୟା।

ମାସ ମାର୍ଗଶିର ଶୁକ୍ଳ ଗୁରୁବାର,

          ସୁଦଶା ବ୍ରତର ଶୁଭ ଅବସର।

ଏ ଦିବସେ ମାତା ହେଲେ ଆବିର୍ଭୂତା,

       ସେ ଜଗତଜିତା ବ୍ରହ୍ମାଣ୍ଡେ ପୂଜିତା।

ବ୍ରହ୍ମାଙ୍କର ସୁତ ଭୃଗୁ ନାମେ ଜ୍ଞାତ,

      ଥିଲା ତାଙ୍କ ଜ୍ଞାନ କଲ୍ୟାଣେ ଜଗତ।

ଅନେକ ବିଚାରି ଶରୀରରୁ ଶିରୀ  

     ସେ ବାହାର କରି ସୃଜିଲେ ଯେ ନାରୀ।

କାଶ୍ୟପ ମହର୍ଷି ବ୍ରହ୍ମାଙ୍କୁ ଭରସି

        ସୃଷ୍ଟି କଲେ ବସି ବ୍ରହ୍ମତ୍ଵ ପ୍ରକାଶି।

ଜନ୍ମି ଜୀବକୁଳ କ୍ଷୁଧାରେ ବିକଳ

       ହେବାରୁ ଜଟିଳ ବଢିଲା ଜଞ୍ଜାଳ।

ଚିନ୍ତି ଦେବକୁଳ ପ୍ରାଣୀ ଆୟୁ ବଳ,

      ଦେବେ ଅନ୍ନ ଜଳ ହୋଇବ ମଙ୍ଗଳ।  

ଅନ୍ନର ଦାୟିତ୍ଵ ଲକ୍ଷ୍ମୀଙ୍କୁ ଅର୍ପିତ,

       କଲେ ବ୍ରହ୍ମା ସୁତ ଜାଣିଲା ଜଗତ।

ଭୃଗୁଙ୍କ ସେ ପୁତ୍ରୀ ହେଲେ ଅନ୍ନଦାତ୍ରୀ,

      ହୋଇ ପ୍ରିୟପାତ୍ରୀ ପାଳିଲେ ଧରିତ୍ରୀ।

ଯେତେ ଖାଦ୍ୟ ଶସ୍ୟ ହୁଏ ଯାହା ଦୃଶ୍ୟ

        ଲକ୍ଷ୍ମୀଙ୍କ ଆଶିଷ ତହିଁରେ ପ୍ରକାଶ।

ହୁଏ ସବୁ ଜନ୍ମ ଜଗତେ ଅସୀମ,

         ଜୀବ କରି ଶ୍ରମ ପାଳଇ ଧରମ।

ମନେ ସଞ୍ଚି ଆଶା ରଖଇ ଭରସା

       ମେଣ୍ଟେ କ୍ଷୁଧା ତୃଷା ଘୁଞ୍ଚଇ ଦୁର୍ଦ୍ଦଶା।

ଧ୍ୟାୟୀ ପାଦ ତଳେ ଲକ୍ଷ୍ମୀ କୃପା ବଳେ 

      ରୁହନ୍ତି ମଙ୍ଗଳେ ସଂସାରେ ସକଳେ।   

ଏ ଜନ୍ମ ବୃତ୍ତାନ୍ତ ଶାସ୍ତ୍ରରେ ରଚିତ,

        ମହାଲକ୍ଷ୍ମୀ ନିତ୍ୟ ପାଳନ୍ତି ଜଗତ।

ତାଙ୍କ ପାଦପଦ୍ମେ ଭକତ ପ୍ରଣମେ,

      ପୂଜି ଭକ୍ତି ପ୍ରେମେ ରହେ ଧରାଧାମେ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract