Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics

4  

Nrusingha Narayan Tripathy

Classics

ଦଣ୍ଡିବା ଶକ୍ତି ଯାର ଥାଇ

ଦଣ୍ଡିବା ଶକ୍ତି ଯାର ଥାଇ

1 min
322


ସକଳ ଶକ୍ତିର ଆଧାର

ଭଗବାନ ପରମେଶ୍ୱର

ଦୟାମୟ ପ୍ରଭୁ ଈଶ୍ୱର

ଦୀନବନ୍ଧୁ କୃପା ସାଗର l


ପାପ ପୁଣ୍ୟ ଏହି ସଂସାରେ

ସତ୍ୟ ଧର୍ମ ଯେ ରକ୍ଷାକରେ

ଭୟ ଯୋଗୁଁ ଭକ୍ତି ଆସଇ

ପାପଭାର ହ୍ରାସ ହୁଅଇ l


ସତ୍ୟ ଜନ ପୁଣ୍ୟ ଲଭଇ

ବିଭୁ କୃପା ତାକୁ ମିଳଇ

ପାପ ଅତ୍ୟାଚାର ବଢାଇ

କୁଜନ ଦୁର୍ଗତି ଭୋଗଇ l


ଦଣ୍ଡିବା ଶକ୍ତି ଯାର ଥାଇ

ସେ ପୁଣି କ୍ଷମା ଆଚରଇ

କ୍ଷମାଠୁ ବଳି ଗୁଣ ନାହିଁ

କ୍ରୋଧ ଠୁ ବଡ଼ ରୋଗ କାହିଁ l


ଚିନ୍ତା କଳ୍ପନା ଦେଇ ନରେ

ମାୟାକୁ ରଚିଲେ ସଂସାରେ

ଜ୍ଞାନ ବିଜ୍ଞାନ ବୁଦ୍ଧି ବଳେ

ସୃଷ୍ଟି ପ୍ରକୃତି ନର କଳେ l


କାମନା ମନେ ରଖି ନର 

ସ୍ଵାର୍ଥେ କରଇ ଭ୍ରଷ୍ଟାଚାର

ସମ୍ପତ୍ତି ଲୋଭେ ହତ୍ୟା କରେ

ଦଣ୍ଡ ବିଧାନ ସେହି ପାଏ l


ସଜ୍ଜନ କରେ ଅନୁତାପ

ଧର୍ମ ଆଚରେ କରି ତପ

ତା ପାଇଁ କ୍ଷମା ଉପଯୁକ୍ତ

ପାପ ମୋଚନ୍ତି ଜଗନ୍ନାଥ l


କ୍ଷମା କରିବା ଦିବ୍ୟ ଗୁଣ

ସହଜ ନୁହେଁ ଆଚରଣ

କେତେଯେ ପାପି ତରିଛନ୍ତି

ବିଭୁ ଦର୍ଶନ ପାଇଛନ୍ତି l


କୁଖ୍ୟାତ ଦସ୍ୟୁ ରତ୍ନାକର

କ୍ଷମା କରିଲେ ଚକ୍ରଧର

ବାଲ୍ମୀକି ହେଲେ କରି ଧ୍ୟାନ 

ଜଗତ ଦେଖେ ତାଙ୍କ ଜ୍ଞାନ l


Rate this content
Log in

Similar oriya poem from Classics