STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଜାଳନି ଜଙ୍ଗଲେ ନିଆଁ

ଜାଳନି ଜଙ୍ଗଲେ ନିଆଁ

1 min
191


ଦୂର ପାହାଡ଼ ରେ ଜଙ୍ଗଲ ଜଳଇ

କଲବଲ ଆମ ଗାଁ

ଧୂଆଁ ଧାସ ଆମ ହସ ଲୁଟିନିଏ 

ଜାଳନି ଜଙ୍ଗଲେ ନିଆଁ ।


ସବୁଜ ସୁନ୍ଦର ବଣ ଜଳିଗଲେ

ପାହାଡ଼ ଢାଳିବ ଲୁହ

ଶୁଖିଯିବେ ସବୁ ପାହାଡି ଝରଣା

ନଈରେ ନଥିବ ଶୁଅ ।


ଶୁଭୁଥିବ ଖାଲି ମେଘ ଗରଜନ

ବରଷା ଉଭେଇ ଯିବ

ଅମ୍ଳଜାନ ହେବ ପବନେ ଅଭାବ

ଜହର ଯାତନା ଦେବ ।


ଅଜଣା ରୋଗରେ ଛଟପଟ ହେବା

କହିବେନି କେହି ଆହା

ଜାଳନି ଜଙ୍ଗଲେ ନିଆଁ ।


ଜଙ୍ଗଲ ରୁ ମିଳେ ଫଳମୂଳ କେତେ

ମିଳଇ ବାଉଁଶ କାଠ

ବଣ ଜଳିଗଲେ ପାଉଁଶ ଗଦାରେ

ପଥର ମାରିବ ଛାଟ ।


ବଣ ପଶୁପକ୍ଷୀ ବସା ଉଜୁଡିବ

ଗାଁ ରେ ପସିବେ ହାତୀ

ବଈଶାଖ ମାସେ ଡହଳ ବିକଳ

ବଳେଇ ପଡ଼ିବ ତାତି ।


ଜଙ୍ଗଲ ଜାଳିଲେ ଆମେବି ଜଳିବା

କଲବଲ ହେବା କିଆଁ

ଜାଳନି ଜଙ୍ଗଲେ ନିଆଁ ।





Rate this content
Log in

Similar oriya poem from Classics