STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ତମାଖୁ ବର୍ଜନ

ତମାଖୁ ବର୍ଜନ

1 min
176


ଶୁଣ ଶୁଣ ମୋ ଭାଇ ଭଉଣୀ ଶୁଣ

     ଆସ କରିବା ତମାଖୁ ବର୍ଜନ

ତମାଖୁ କେବେ ଛୁଇଁବା ନାହିଁ

    ମନେ ରଖ ମୋ ଭଉଣୀ ଭାଇ

ଗୁଟୁଖା କେବେ ଖାଇବ ନାହିଁ

    ଏହା ଜୀବନ ନେବ ଛାଡ଼ଇ

କ୍ୟାନସର୍ ପରି ରୋଗ ଦୁରେଇ ଯିବ

    ଗୁଟୁଖା ଯଦି ତୁମେ ଛାଡିବ

ଖଇନି କେବେ ଖାଇବା ନାହିଁ

   ଶୁଣ ମୋର ଯୁବ ଭାଇ 

ଏହା ଆମ ସ୍ବାସ୍ଥ୍ଯର କ୍ଷତି କରିବ

    ଖଇନି କେବେ ନ ଖାଇବ

ମଦ୍ୟ ପାନ କେହି କରିବା ନାହିଁ

   ମଦ୍ଯ ପାନ କଲେ ଧନ ରହିବ ନାହିଁ

ମଦ୍ୟ ପାନ କଲେ ଯିବ ଆମ ସମ୍ମାନ

    ମଦ୍ଯ ପାନ ମୃତ୍ଯୁର କାରଣ

ସିଗାରେଟ କେବେ ଖାଇବ ନାହିଁ

   ସିଗାରେଟ ମରଣ ମୁଖକୁ ଠେଲି ଦିଅଇ

ସିଗାରେଟକୁ ଖାଅନି ମୋ ଯୁବ ଭାଇ

   ଏହା ହୃଦ ରୋଗ ଦେହେ ଆଣଇ

ଅଫିମ ଗଞ୍ଜେଇ ସବୁ ଛାଡିବା

   ସବୁ ନିଶାକୁ ବିଷ ଜାଣିବା

ସଭିଙ୍କୁ ମୋର ଏହି ଗୁହାରି

    ନିଶାକୁ ଜାଣିବ ତୁମ ବଇରି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics