STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

କଅଁଳ କଳି

କଅଁଳ କଳି

1 min
191

  କଅଁଳ କଳି ସେ କଅଁଳ କଳି 

  ଜୀବନକୁ ତାର ଦିଅନି ଜାଳି

  କଅଁଳ ବୟସେ ବାହା ଦେଇ ତାକୁ

  ସପନକୁ ସବୁତା ଦିଅନି ଦଳି

  କଅଁଳ କଳି ।


  ଅଠର ଆଗରୁ ବାହା ହୋଇଗଲେ

  କଠୋର ହୋଇବ ଜୀବନ ରାହା

  ନିଠୁର ହୋଇବ ବିଧାତା ତା ପାଇଁ

  ଅଳପ ବୟସେ ହୋଇଲେ ମାଆ

  ସଳିତା ପରିକା ଜଳୁଥିବ ଝିଅ

  ନିଇତି ତତଲା ଲୁହ ସେ ଢାଳି

  କଅଁଳ କଳି ।


  ସରି ନଥିବ ତା ନିଜ ଦେହ ଗଢା

   କେମିତି ଗଢିବ ଜଠରେ ପିଲା

  ନିଜେ ବଢିବନି ପିଲା ବଢିବନି

   ଭାରି ହୋଇଯିବ ଦୁହିଙ୍କ ପଲା

   ଦେହ ହେବ ତାର ବେମାରୀ ଙ୍କ ଘର

   ଅକାଳରେ ଯିବ ଜୀବନ ଚାଲି

   କଅଁଳ କଳି ।

   

  ଅଳପ ବୟସେ ମାଆ ହେଲେ ସିଏ

  ନେଇ ପାରିବନି କାହା ଯତନ

  ଧୋଇଯିବ ତାର ବୟସର ରଙ୍ଗ

  ଉଜୁଡି ଯିବ ତା ସବୁ ସପନ 

  ଡେଣା କୁ ତାହାର କାଟି ଦିଅ ନାହିଁ

  ମନ ଝରକା କୁ ଦିଅ ତା ଖୋଲି 

   କଅଁଳ କଳି ।

   

   

   

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics