STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଧୂପ ଚାହିଁ ଅଛି ଦୀପକୁ

ଧୂପ ଚାହିଁ ଅଛି ଦୀପକୁ

1 min
157

ଧୂପ ଚାହିଁ ଅଛି ଦୀପକୁ

ପୂଣ୍ୟ ତଉଲୁଛି ପାପକୁ

ସମୟ ସାଉଁଟେ କୋହର କାହାଣୀ

ଲୁହରେ ବଖାଣି ଗପକୁ ।


ଭାବ କଷୁଅଛି ଲାଭ କ୍ଷତି ଅଙ୍କ

ମହଙ୍ଗା ପ୍ରୀତିର ହାଟ

ସ୍ନେହ ଶରଧାର ଦଦରା କାନ୍ଥରେ

କେତେ ସଜାଡିବ ଫାଟ

ଦୂରୁଗମ ଚଲାବାଟ

ଭାବନାବ ଡୋରି ହୁଗୁଳି ଯାଏଲୋ

ଆରମ୍ଭ ହୋଇଲେ ନାଟ

ମନହୁଏ ଖାଲି ଛଟପଟ ଯାହା

ସମ୍ଭାଳି ନପାରି ଚାପକୁ

ଲୁହରେ ବଖାଣି ଗପକୁ ।


ରକତ ଚିହ୍ନୁନି ରକତକୁ ଆଉ

ରକତ ନଈରେ ବଢି

ଡେଣା ଲାଗିଗଲେ ଉଡିବାକୁ ମନ

ମମତାକୁ ମୁହଁ ମୋଡି

ମିଶାଣକୁ ଫେଡିଫେଡି

ଧରିବା ଆଗରୁ ଫୁଲକଷି ଏଣେ

ମଉଳି ଯାଉଛି କଢି

ଆଖି ପଢିଦିଏ ଉପରକୁ ଚାହିଁ

ମନରେ ସାଇତା କୋପକୁ 

ଲୁହରେ ବଖାଣି ଗପକୁ ।



Rate this content
Log in

Similar oriya poem from Classics