STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
173

ଜୟରେ ଅବା ପରାଭବରେ

ପ୍ରାପ୍ତିରେ ଅବା ପ୍ରତ୍ଯାଖ୍ଯାନରେ

ମାନରେ ଅବା ଅପମାନରେ

ତ୍ୟାଗରେ ଅବା ସମ୍ଭୋଗରେ

ହର୍ଷରେ ଅବା ଅବସାଦରେ

ଉଲ୍ଲାସ ଅବା ଆଶଙ୍କାରେ

ପ୍ରୀତିରେ ଅବା ପ୍ରତାରଣାରେ

ଆଶାରେ ଅବା ହତାଶାରେ

ଭରସା ଅବା ବିଶ୍ୱାସଘାତରେ

ମିଳନ ଅବା ବିଚ୍ଛେଦରେ

ହୋଇନି ପରାଣ ମୋହର

ସଂତୃପ୍ତ କି ଅତିଷ୍ଠ କେବେ

ସଦାସର୍ବଦା ସ୍ଥିତପ୍ରଜ୍ଞ ନିର୍ବିକାର

ପାଇଛି ଶୂନ୍ୟତାରେ ପୂର୍ଣ୍ଣତାର

ନିଆରା ବିମଳ ସାନନ୍ଦ

ସାଉଁଟିଛି ଏଇ ଜୀବନ ବେଳାରେ

ସ୍ବକୀୟ ଅନୁଭବର ବିରଳ ମୋତି

ହୃଦୟର ନିଭୃତ କନ୍ଦରେ

ସଯତ୍ନେ ରଖିଛି ସେସବୁ ସାଇତି

ଦୁର୍ମୂଲ୍ୟ ମୋ ସ୍ମୃତି ଅନୁଭୂତି

ଏଇ ଅନୁଭୂତି ଟିକକ ତ ହିଁ

ମୋ ଜୀବନର ବିରଳ ସମ୍ପଦ

ଧରାଧାମରେ ମୋହର ସନ୍ତକ

ରହେ କି ନ ରହେ ମୁହିଁ ଏହି

ବିବିଚିତ୍ର ରମଣୀୟ ସଂସାରରେ

ରହିଥିବ ସ୍ମୃତି ମୋର

ହୋଇ ଚିରକାଳ ଅମଳିନ

ଯାବତ୍ ସୂର୍ଯ୍ୟ ଚନ୍ଦ୍ର ହେଉଥିବେ

ଗଗନରେ ଚଳମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract