STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଶିବ ବନ୍ଦନା

ଶିବ ବନ୍ଦନା

1 min
235

ସପନ ବେଶି ରାତି ଅଳପ

ଆଶା ବୋଇତ ଜୀବନ ଦୀପ

କାଳ କରାଳ କରନ୍ତି କୋପ

ତଉଲ କରି ମୋ ପୂଣ୍ୟ ପାପ

ଶାନ୍ତି ମିଳେଲୋ 

କରିଲେ ଶିବଙ୍କୁ ଜପ ।


ମରିଚିକା ପଛେ ଧାଇଁଧାଇଁ

ହେଉଥିଲି ଧଇଁସଇଁ

ଚାଲୁଚାଲୁ ବାଟ ଭୁଲୁଥିଲି

ମାୟା ମୋହେ ଅନ୍ଧ ହୋଇ

ମନ ମାନେନି ବିବେକ କଥା

ଲୁହରେ ଭିଜୁଥିଲା ମୋ ଆଖି ପତା

ଯେବେ ବାବାଙ୍କ ଶରଣ ଗଲି

ଉଣା ହୋଇଲା ମନର ତାପ

ଶାନ୍ତି ମିଳେଲୋ 

କରିଲେ ଶିବଙ୍କୁ ଜପ ।


ଶିବମୟ ଶିବମୟ ଏବେ

ଲାଗେ ଚଉଦିଗ ମୋତେ

ବାବାଙ୍କ ଦୟାରୁ ସହିଯାଏ

ଆସେ ଦାଉ ଧକ୍କା ଯେତେ

ସମୟ ବିତେ ବାବାଙ୍କ ଧ୍ୟାନେ

ମନ ଏବେ ବିବେକକୁ ଗୁରୁ ମାନେ

ଆସୁ ରେ ଯେତେ ଝଡ ବତାସ

ସହିବି ଅଛି ଶକ୍ତି ଅମାପ

ଶାନ୍ତି ମିଳେ ଲୋ 

କରିଲେ ଶିବଙ୍କୁ ଜପ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics