ଶିବ ବନ୍ଦନା
ଶିବ ବନ୍ଦନା
ସପନ ବେଶି ରାତି ଅଳପ
ଆଶା ବୋଇତ ଜୀବନ ଦୀପ
କାଳ କରାଳ କରନ୍ତି କୋପ
ତଉଲ କରି ମୋ ପୂଣ୍ୟ ପାପ
ଶାନ୍ତି ମିଳେଲୋ
କରିଲେ ଶିବଙ୍କୁ ଜପ ।
ମରିଚିକା ପଛେ ଧାଇଁଧାଇଁ
ହେଉଥିଲି ଧଇଁସଇଁ
ଚାଲୁଚାଲୁ ବାଟ ଭୁଲୁଥିଲି
ମାୟା ମୋହେ ଅନ୍ଧ ହୋଇ
ମନ ମାନେନି ବିବେକ କଥା
ଲୁହରେ ଭିଜୁଥିଲା ମୋ ଆଖି ପତା
ଯେବେ ବାବାଙ୍କ ଶରଣ ଗଲି
ଉଣା ହୋଇଲା ମନର ତାପ
ଶାନ୍ତି ମିଳେଲୋ
କରିଲେ ଶିବଙ୍କୁ ଜପ ।
ଶିବମୟ ଶିବମୟ ଏବେ
ଲାଗେ ଚଉଦିଗ ମୋତେ
ବାବାଙ୍କ ଦୟାରୁ ସହିଯାଏ
ଆସେ ଦାଉ ଧକ୍କା ଯେତେ
ସମୟ ବିତେ ବାବାଙ୍କ ଧ୍ୟାନେ
ମନ ଏବେ ବିବେକକୁ ଗୁରୁ ମାନେ
ଆସୁ ରେ ଯେତେ ଝଡ ବତାସ
ସହିବି ଅଛି ଶକ୍ତି ଅମାପ
ଶାନ୍ତି ମିଳେ ଲୋ
କରିଲେ ଶିବଙ୍କୁ ଜପ ।
