STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଶାଶୁଘର ତୁମ ନୀଳକନ୍ଦର

ଶାଶୁଘର ତୁମ ନୀଳକନ୍ଦର

1 min
132

ବାପଘର ତୁମ ନୀଳ ସାଗର

ଶାଶୁଘର ତୁମ ନୀଳ କନ୍ଦର

ନୀଳ କନ୍ଦରରେ କଳା ଠାକୁର

ତୁମ ମଥାମଣି ଗଳାର ହାର

ଶୁଖି ପରିବାର

ଶୁଖର ସ°ସାର

ଝରିପଡେ କରୁଣା ଝର

ସ୍ନେହ ଶ୍ରଦ୍ଧା ଭାବର ଡୋର

କୃପାବିନ୍ଦୁ ସୁଖ ଅପାର

ପାଇବାକୁ ଭକ୍ତ ଅଧୀର

ସରଗଠୁ ବଳି ତୁମ ମନ୍ଦିର

ଅପୂର୍ବ ମୂରତୀ ଶୋଭା ସୁନ୍ଦର

ଝଲମଲ ହୁଏ ଶଙ୍ଖା ସିନ୍ଦୂର

ଦରଶନେ ମିଳେ ଶାନ୍ତି ଅପାର

ଦୀପଟିଏ ଜାଳି

ଭକ୍ତ କରେ ଅଳି

ଶୁଣ ମାଆ ଦୁଃଖ ଆମର

ଦୋଷଥିଲେ କ୍ଷମା ଯେ କର

ଭବଜଳୁ କର ଉଦ୍ଧାର

ପାହିଯାଉ ଅମା ଅନ୍ଧାର

ବଡଦେଉଳର ସି°ହ ଦୁଆରେ

ବିଜେ ତୁମେ ମାଆ ତୋରଣ ପରେ

ତୋରଣକୁ ଚାହିଁ ଭକତ ଝୁରେ

ଉର୍ଦ୍ଧ ବାହୁ ହୋଇ ଭକତିଭରେ

ନୟନରୁ ନୀର

ଢାଳି ଧାରଧାର

ଜୟଗାନ କରେ ତୁମର

ଜୟ ଲକ୍ଷ୍ମୀ ମାଆ ଆମର

ଦୟାକଲେ ପୂରେ ଅମାର

ଦୁଃଖ ଦିନ ହୁଅଇ ଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics