STORYMIRROR

Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ନୌକା

ନୌକା

1 min
172

ସଂସାର ନୌକାରେ ଜୀବନ ଜଞ୍ଜାଳ

ସଉଦା ପାଥେୟ କରି

ପଥ ମୁଁ ଚାଲୁଛି ଅତି ଦୟନୀୟ

ଜଗନ୍ନାଥ ନାମ ଧରି l


ଦୟାମୟ ନାଥ ଅନାଥର ନାଥ

ମୋବେଳକୁ କିମ୍ପା ମୌନ

ଦରିଦ୍ର କରିଛ ଦୁଃଖ ଦେଇଅଛ

ନ ଦେଲ ମାନ ସମ୍ମାନ l


ତଥାପି କେବେମୁଁ ମାଗିନାହିଁ ପ୍ରଭୁ

ହାତ ପାତି କେଉଁଦିନ

ଲୋଡ଼ା ଅଛି ମୋର ମାନ ସନମାନ

ଆଉ ଲୋଡ଼ା ଅଛି ଧନ l


ସଂସାର ନଉକା ସୁଚାରୁ ରୂପରେ

ଚଲାଅ ହେ ରମାକାନ୍ତ

ସେହି ନଉକାରେ ବସିଛି ମୁହିଁଯେ

ତୁମେ ହୁଅ ଆତଯାତ l


ମଙ୍ଗ ସମ୍ଭାଳିଛ ମଙ୍ଗୁଆଳ ହୋଇ

ବୁଡ଼ିଲେ ଦୋଷ ତୁମ୍ଭର

ମଙ୍ଗଳମୟ ହେ ମଙ୍ଗଳ କରତା

ଜଗତ ମଙ୍ଗଳ କର l


Rate this content
Log in

Similar oriya poem from Classics