STORYMIRROR

Nirupama Tarai

Classics

3  

Nirupama Tarai

Classics

ମହାପ୍ରଭୁ

ମହାପ୍ରଭୁ

1 min
240

କି ସୁନ୍ଦର ଦିଶେ କାଳିଆ ଠାକୁର

ବସିଛି ରତ୍ନ ଆସନେ

ସଭିଙ୍କ ର ଦୁଃଖ ପାସୋରା ହୋଇ,

ବସିଛି ଜନତା କଲ୍ୟାଣେ।


ପାପୀ ଙ୍କ ବିନାଶ ନିମନ୍ତେ

ଦଶାବତାର ନେଇ ଆସିଛି

ଯୁଗେ ଯୁଗେ ତୁମେ ଜଗତ କଲ୍ୟାଣ

ପାଇଁ ହାତ ଟେକି ଦେଇଛ।


ଦାସିଆ ବାଉରୀ ନଡ଼ିଆ ନେଇଛ

ଗଉଡୁଣୀ କୋଳି ଖାଇଛ

ପୋଡପିଠା ପ୍ରେମୀ ତୁମେ ବୋଲାଉଛ

ଘୋଷଯାତ୍ରା ତୁମେ କରୁଛ ।


ସକାଳ ଧୂପ ରେ ସନ୍ତୁଷ୍ଟ ହେଉଛ

ପାଟ ପିତାମ୍ବରି ପିନ୍ଧିଛ

ହାତ ନଥାଇ ବି ମହାବାହୁ ହୋଇ

ଜଗତ କଲ୍ୟାଣ କରୁଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics