STORYMIRROR

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ସତ ସାହସ ଓ ମୁକୁଳା ହସ

ସତ ସାହସ ଓ ମୁକୁଳା ହସ

1 min
127


ଆଜି ଦୁନିଆରେ ପ୍ରବଳ ଅଭାବ 

ସତ ସାହସ ଓ ମୁକୁଳା ହସ

ସତ କହିଦେଲେ ଲାଗେ ହାଲୁକା 

ମନରେ ଆସେ ମୁକୁଳା ହସ ।


ମିଛମୁଖା ପିନ୍ଧି ଧୋକ୍କା ଦେଇ ଦେଇ 

ଆମେ ସରବେ ଚାଲୁଛେ

ଦର୍ପଣ ଆଗରେ ଠିଆ ହୋଇଲେ 

ଆମେ କେତେ ନିର୍ମଳ ଜାଣୁଛେ ।


ବିଶ୍ବାସ କରି ହରାଇଲେ କିଛି ଦୁଃଖ

ଆସିପାରେ ମନରେ

କାହାର ଅନିଷ୍ଟ ଚାହିଁନାହଁ ବୋଲି ବଞ୍ଚି

ପାରିବ ତ ଖୁସିରେ ।


ଜାଣେ ନାହିଁ ଅଭିନୟ କୂଟ କପଟତା 

ଠାରୁ ଯେ ରହେ ଦୂରରେ

ତାହାର ଜୀବନ ପଥ ଚାଲି ରହି ଥାଏ

ସମସ୍ତ ମାନସିକ ରୋଗଠାରୁ ଦୂରରେ ।



Rate this content
Log in

Similar oriya poem from Abstract