STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅଭାବି ସଂସାର

ଅଭାବି ସଂସାର

1 min
203

ଭଜନ,ଅଭାବି ସଂସାର

ସୁରେଶ ଚନ୍ଦ୍ର ପାଢୀ

ଅଭାବି ସଂସାରେ ମୋ ଭାବ ଲଗାଇଛି କାଳିଆ ତୋର ପାଖରେ

ଦିନ ବିତି ଯାଏ ରାତି ସରି ଯାଏ

ରହି ଦୁଃଖ ଚିନ୍ତାରେ


କେବେ ଶରୀର ରୋଗକୁ ଭୋଗୁଛି

କେଉଁ କର୍ମର ଫଳ ନୀତି ପାଉଛି

ପେଟ ପୁରୁ ନାହିଁ ଦାନା ମିଳୁ ନାହିଁ

ତଥାପି ଏଦେହେ ବଞ୍ଚିଛି ତୋ ପାଇଁ


 ଦୁଃଖ ସଂସାର ରେ ଭରସା

କରିଛି କାଳିଆ ତୋ ପୟରେ

ଦୁନିଆରେ କେତେ କଥା ଶୁଣୁ ଅଛି

ବିନା ଦୋଷେ ମୁଁ ଦୋଷୀ ତ ହେଉଛି

ତୋ ବିନା ନିଜର କିଏ ଅଛି ମୋର

ଆପଣା ଲୋକ ବି କରି ଦିଏ ପର


ଭାବ ସଳିତାକୁ ଜାଳି

ଦେଇଛି କାଳିଆ ତୋ ନାମରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics