Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Classics

3  

Sangeeta Barik

Classics

ନାରୀ

ନାରୀ

1 min
175



ନିୟତୀର ଅନୁପମ ସୄଷ୍ଟି

ସ୍ନେହ ଶ୍ରଦ୍ଧା ପ୍ରେମର ସୁନ୍ଦର ସମାହାର

ଘରକୁ ସ୍ବର୍ଗ କରେ

ଆପଣାପଣ ଅଠାରେ

ସଭିଙ୍କୁ ଜଡାଇ ଧରେ ।


ବୈଦିକ ଯୁଗରେ ସେ ବନ୍ଦନୀୟା

ବିଦୁଷୀ ଗାର୍ଗୀ,

ଇତିହାସରେ ବୀରା ଲକ୍ଷ୍ମୀବାଈ

ମହାକାଶଚାରି କଳ୍ପନା ।


ଦେବଭୂମି ଭାରତରେ

ନାରୀର ଭିନ୍ନ ଭିନ୍ନ ପରିଚିତି ।

ଅଭିମାନ ତେଜି

ବରିପାରେ ପାଞ୍ଚ ପତି

ନିଜକୁ ପାଞ୍ଚ ଭାଗରେ ବାଣ୍ଟି

ହୋଇପାରେ ପ୍ରାତଃ ସ୍ମରଣୀୟା ସତୀ


ସତୀତ୍ବ ର ପରୀକ୍ଷା ପାଇଁ

ଅଗ୍ନି ରେ ପ୍ରବେଶ କରିପାରେ ।

ବୁଦ୍ଧି ଜ୍ଞାନ ବଳରେ

ଯମ ମୁଖରୁ ମାଗି ଆଣିପାରେ

ସ୍ବାମୀ ଙ୍କ ଜୀବନ ।


ଆଜି ବି ସେ ଦକ୍ଷ

ପୁରୁଷ ର ସମକକ୍ଷ ।

ତେଣୁ, ସଂରକ୍ଷଣ ବଦଳରେ

ଚାହେଁ ସମାନତା ।

ଦୁର୍ବଳା ନୁହେଁ 

ଦୁଷ୍ଟ ଙ୍କୁ ସଂହାରିବା ପାଇଁ 

ସେ ଯୁଗେ ଯୁଗେ ଶକ୍ତି ସ୍ବରୂପା ।


ସେ ପ୍ରେରଣାର ଉତ୍ସ

ପ୍ରୀତିର ମନ୍ଦାକିନୀ ଧାରା

ତା ପଣତକାନିରେ

ବାତ୍ସଲ୍ୟ ବିଛଣା

 ସାରା ସଂସାରର ସୁରକ୍ଷିତ ଠିକଣା ।

 



Rate this content
Log in

Similar oriya poem from Classics