ତୁମେ ମୋ ପ୍ରାଣ ସ୍ପନ୍ଦନ
ତୁମେ ମୋ ପ୍ରାଣ ସ୍ପନ୍ଦନ
ହେ ଶ୍ୟାମସୁନ୍ଦର କମଳନୟନ
ଶ୍ରୀରାମ ପୁରୁଷୋତ୍ତମ
ଜୟ ସୀତାପତି ବିଜିତ ଇନ୍ଦ୍ରିୟ
ସତ୍ୟବ୍ରତ ତ୍ରିବିକ୍ରମ
ପରମାତ୍ମା ପର°ବ୍ରହ୍ମ
ଜୟ ରଘୁନାଥ ଶ୍ରେଷ୍ଠ ଧନୁର୍ଦ୍ଧର
ସଚ୍ଚିଦାନନ୍ଦ ବିଗ୍ରହ ।
ତୁମେ ଶାନ୍ତକାନ୍ତ ଜ୍ୟୋତିର ପ୍ରକାଶ
ତୁମ ନାମ ମହାମନ୍ତ୍ର
ତୁମ ଦିବ୍ୟନାମେ ଭାସଇ ପଥର
ଶତ୍ରୁ ହୋଇଯାଏ ମିତ୍ର
ଅଗ୍ନି ହୁଏ ନିର୍ବାପନ
ଅନୁକୂଳ ହୁଏ ଦୁରାଗ୍ରହ କଷ୍ଟ
ଫେଡଇ ଭବ ବନ୍ଧନ ।
ଜୟ ରାମଚନ୍ଦ୍ର ଉଦାତ୍ତ ଉଦାର
ଦୁର୍ବାଦଳ ଘନଶ୍ୟାମ
ସତ୍ୟ ସନାତନ ପରମ କାରଣ
ତୁମେ ମୋ ପ୍ରାଣ ସ୍ପନ୍ଦନ
ରାମ ନାମ ସଙ୍କୀର୍ତ୍ତନ
ଉଜ୍ଜ୍ଵଳୁ ଭବିଷ୍ୟ ଭୂତ ବର୍ତ୍ତମାନ
ତ୍ରିତାପ କରୁ ହରଣ ।
