ଦୀପାଳି - ଆଲୋକ ବର୍ଣ୍ଣାଳୀ
ଦୀପାଳି - ଆଲୋକ ବର୍ଣ୍ଣାଳୀ
"ତମସୋ ମା ଜ୍ଯୋତିଃର୍ଗମୟ"
ମାଆ ଗୋ ମାଆ ମହାକାଳୀ
ତୁମେ ଆସିଛ ସାଥେ ନେଇ ଜ୍ଞାନ ଦୀପାଳି ।
ଘେନ ଏ ସେବକର ଭକ୍ତି ସୁମନ
କି ଅବା ଦେଇ ସେବିବି ତୁମକୁ,
ତୁମେ ତ ମୋ ଜୀବନ !
ଆଲୋକ ମାଳାରେ ସଜ୍ଜିତ ଦୀପାଳି
ବୃନ୍ଦାବତୀ ମୂଳେ ରଙ୍ଗୀନ ରଙ୍ଗୋଲି ।
ତୁମେ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ବାସିନୀ
ତୁମେ ଗୋ ମା' ସନାତନୀ,
>
ତୁମେ ତ୍ରିପୁର ମୋହିନୀ ।
ମାଆ ଗୋ ମାଆ ମହାକାଳୀ
ତୁମେ ଆସିଛ ସାଥେ ନେଇ ଜ୍ଞାନ ଦୀପାଳି ।
ଅନ୍ଧାରେ ଅଦେଖା ସେ ପୂର୍ବପୁରୁଷ
ଆଲୋକେ ଯାଆନ୍ତି ଦେଇଣ ଆଶିଷ ।
ତୁମେ ଦକ୍ଷ, ସାକ୍ଷ, ମୋକ୍ଷ ପ୍ରଦାୟିନୀ
ତୁମେ ଗୋ ମା' ସ୍ନେହମୟୀ
ତୁମେ ଶକ୍ତି ସ୍ବରୂପିଣୀ ।
ମାଆ ଗୋ ମାଆ ମହାକାଳୀ
ତୁମେ ଆସିଛ ସାଥେ ନେଇ ଜ୍ଞାନ ଦୀପାଳି ।