STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
424


ମାସରେ କାର୍ତ୍ତିକ ସାର  ଅମାବାସ୍ୟା ତା ମଧ୍ୟର 

   ଏ ଶୁଭ ତିଥିରେ ଦୀପାବଳୀ ଉତ୍ସବ,

ବଡ ବଡୁଆ ଙ୍କୁ ସ୍ମରୀ ଯଥା ଵିଧି ପୂଜା କରି

   ପାଳନ୍ତି ମନ ମଉଜେମିଶି ସରବ,

     ଦୀପ ଜାଳି ଆଶିଷ ମାଗି

  ଶ୍ରାଦ୍ଧ ଦିଅନ୍ତି ପିତୁରୁ ପୁରୁଷ ଲାଗି | ୧ |


ଛୋଟିଆ ଏକ ଦୀପାଳି  ନିଜକୁ ଦେଉଛି ବଳୀ

   ଜଳି ଜଳି ଜୀବନ ତା ଯାଉଛି ସରି,

ଅନ୍ଧକାର ବିହ୍ଵ ଭେଦି   ତମସା ଦେଉଛି ଖେଦି

   ବୁଝାଏ ବୃଥାରେ କେବେ ନଯିବ ମରି,

        ଦକ୍ଷତା ରେ ସେବା କରିବ

   ତେବେ ଯେ ଜୀବନ ଆମ ସାର୍ଥକ ହେବ | ୨ |


ଗର୍ଭେ ମଧ୍ୟ ଜ୍ୟୋତି ଧରି  ନଥାଏତା ବାହାଦୁରି

    ଉଚ୍ଚ ନୀଚ ଭେଦ ଭାବ ମନୁ ପାସୋରି,

ସେବାକରି ଶକ୍ତିମତେ  ଆଲୋକ ଦିଏ ତୁରିତେ

   ବୀର ପଣେ ମରଣ କୁ ନେଉଛି ବରି,

      ତଥାପି ନ ଛାଡେ ବୋବାଳି

  ଆନ ହିତେ ଜୀବନ ତା ଦେଉଛି ଢାଳି | ୩ |


ରଘୁକୁଳ ମଣି ଚନ୍ଦ୍ର    ପ୍ରଭୁ ଶିରି ରାମଚନ୍ଦ୍ର

   ଅଯୋଧ୍ୟା ପ୍ରତ୍ୟାବର୍ତ୍ତନେ ପରଜା ବାସୀ,

ଶହ ଶହ ଦୀପ ଜାଳି  ଉହ୍ଲାସେ ପାଛୋଟି ତୋଳି

    ଚରଣ କମଳେ ମଥା ମାରିଲେ ବସି,

     ତ୍ରେତୟା ର ଅଟେ ସେ ଗାଥା

   ସଂସ୍କୃତି ପ୍ରବାହେ ଆଜି ପାଳୁ ସେ କଥା | ୪ |


ବିଭିନ୍ନ ଆତସବାଜୀ  ଫୁଟାନ୍ତି ସରବେ ଆଜି

   କରି ପିତୃ ପୁରୁଷ ଙ୍କ ତର୍ପଣ ନୀତି,

ପୂଜି ମହାକାଳୀ ଵିଧି    ମନକୁ କରନ୍ତି ଶୁଦ୍ଧି

   ଅହଂ ରାବଣ କୁ ପୋଡି ହେବା ମୁକତି,

      ଭ୍ରଷ୍ଟାଚାର ସମାଜେ ଆଜି

 ସତ ବୁଦ୍ଧି ଦିଅ ମାଗୋ ସକଳେ ଆଜି | ୫ |


 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract