ଦୀପ ଆଲୋକରେ ସଜାଅ ଘର
ଦୀପ ଆଲୋକରେ ସଜାଅ ଘର
ଦେବ ଦୀପାବଳୀ ଆମରି ଗୌରବ
ସଙ୍ଗେ ଆଣିଅଛି ଗୌରବ ଗାଥା
ସଂସ୍କାର ପୋଟଳି ତତ୍ତ୍ଵର ମହକ
ଭରି ଅଛି ପରା ଜୀବନ ଅସ୍ଥା ।
ଦୀପାବଳୀ ଆସି ଅଛି ସଙ୍ଗୀତରେ
ଶ୍ରଦ୍ଧାର ସୁମନ ମହକ ନେଇ
ଆମ ଐତିହ୍ୟ ର ସ୍ମୃତି ଚାରଣ ରେ
ନିଜକୁ ସେ ଭାଗ୍ୟବାନ ମଣଇ ।
ଦୀପାବଳୀ ଜାକ ଦୀପ ଆଲୋକକୁ
ଆସ ସଜାଇବା ଦୀପରେ ଘର
ଦୀପ ଦେଇଅଛି ଜୀବନର ବାର୍ତ୍ତା
ଶିଖିଲେ ବ୍ୟକ୍ତିତ୍ଵ ହେବ ସୁନ୍ଦର ।
ଜୀବନର ଦୀପ ଜଳି ଜଳି ଯାଏ
ଆୟୁଷର ତେଲ ସରି ଯାଉଛି
ସଳିତା କହୁଛି ଜୀବନକୁ ବୁଝ
ନିଜେ ଜଳି ଆଲୋକ ବାଣ୍ଟୁ ଅଛି ।
ଜୀବନ ରୁ ଆମେ ଅନ୍ଧାରକୁ କାଢ଼ି
ଆଲୋକ ଭରିବା କଥା କହୁଛି
ଖୁସୀ ବାଣ୍ଟି ବାଣ୍ଟି ସନ୍ତୋଷ ସାଉଁଟି
ଶାନ୍ତି ସ୍ଵାଦ ଚାଖିବାକୁ କହୁଛି ।
ଆୟୁଷ ବୟସ ସରି ଯାଉଅଛି
ସଂସ୍କାର ଜୀବନ ବିତାଇ ଦେବା
ମଣିଷ ଜୀବନ ସାର୍ଥକ ହୋଇବ
ସଂସ୍କାରୀ ମଣିଷ ଟିଏ ହୋଇବା ।
ଦୀପ ସଜାଇବା ଘର ଓ ବାହାରେ
ମନ ଅନ୍ଧକାର ଦୂରେଇ ଦେବା
ବେଳ ଥାଉ ଥାଉ ଜୀବନକୁ ବୁଝି
ମଣିଷ ଜନ୍ମ ସାର୍ଥକ କରିବା ।
ଦୀପ ଆଲୋକରେ ଏ ମନ ମନ୍ଦିରେ
ସଂସ୍କାର ଶିଳାଟେ ପକାଇ ଦେବା
ବ୍ୟକ୍ତିତ୍ଵ ହୋଇବ ସରସ ସୁନ୍ଦର
ପ୍ରଭୁଙ୍କର ପ୍ରିୟ ପାତ୍ର ହୋଇବା ।
