STORYMIRROR

Chittaranjan Nanda

Classics Inspirational Others

4  

Chittaranjan Nanda

Classics Inspirational Others

ନାରୀ ମହାନ

ନାରୀ ମହାନ

1 min
250


ମା ରୂପେ ସହେ ସବୁ କିଛି, ସେ ତ ମହାନ୍ ନାରୀ 

ସନ୍ତାନକୁ ଦିଏ ସେ ଜୀବ ଦାନ, ନିଜର ବକ୍ଷ ଚିରି

ସ୍ତ୍ରୀ ରୂପେ ସେ ସଦା, ପୁରୁଷର ପ୍ରକୃତ ମିତ୍ର ହୁଏ

ଭଗ୍ନୀ ରୂପରେ ନାରୀ, ସ୍ନେହ ଓ ମମତା ଭରି ଦିଏ

ସେ ଅଟଇ ପ୍ରତୀକ, ପ୍ରୀତି ଓ ସ୍ନେହର ମମତାରେ 

ଦରକାର ହେଲେ, ସଂହାର ପାଇଁ କାଳୀ ରୂପ ଧରେ

ମାଆ ରୂପ ଧରି, ନାରୀ ସଂସାର ସେ ସର୍ଜନା କରେ

ଅତ୍ୟାଚାରୀର ସବୁ ଗରବକୁ ସେ ନାରଖାର କରେ

ଲକ୍ଷ୍ମୀବାଇ ରୂପରେ ଦେଶର ସୁରକ୍ଷା କରିବା ପାଇଁ

ବ୍ରିଟିଶ ସାମ୍ରାଜ୍ୟବାଦକୁ ଦେଇଥିଲେ ପରା ଥରାଇ

ମାଡାମ୍ କ୍ୱୁରୀ ଦୁର୍ଲଭ ରେଡିୟମ ଉଦ୍ଭାବନ କରି 

ଦେଖେଇ ଥିଲେ ତ ଦୁର୍ଲଭ ଶକ୍ତି, ବିଶ୍ବକୁ ଆମରି

ଦେବଦେବ ମହାଦେବ ଦିନେ ସତୀଙ୍କ ବିରହରେ 

ବୁଲିଲେ ମହା ପାଗଳଙ୍କ ପରି ଶ୍ମଶାନ ଭିତରେ

ସମାଜ ତ୍ରିଦେବଙ୍କ ନାମ ପୂର୍ବରୁ ତୁମ ନାମ ନିଏ

ମନ୍ଦୋଦରୀ ସୀତା ନାମ ବିବାହରେ ନିଆ ଯାଏ

ସାଜେ ଶାନ୍ତ ମଳୟ ପବନ ସେଇ ମହାନ୍ ନାରୀ

କେବେ ରୂପ ଧରେ ଧ୍ୱଂସମୂଖୀ କାଳ ବୈଶାଖୀ ପରି

ଗଢି଼ ଭାଙ୍ଗିଥାଏ ଭାଙ୍ଗି ଗଢୁଥାଏ ସେ ନୂଆ ନୂଆ ରୂପ

କର୍ତ୍ତବ୍ଯ ପଥେ ରହି ରହି ସଦା ଲିଭେ ଜୀବନ ଦୀପ

ନୁହେଁ ନାରୀ କେବେ ତ ସଂସାରରେ ଶତୃ କାହାରି

କାହିଁକି ସମାଜ ଦିଏନି ସମ୍ମାନ ହୁଅଇ ତାର ବୈରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics