STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ନମସ୍ତେ ପ୍ରଭୁ ଜଗନ୍ନାଥ

ନମସ୍ତେ ପ୍ରଭୁ ଜଗନ୍ନାଥ

1 min
279


ନମସ୍ତେ ପ୍ରଭୁ  ଜଗନ୍ନାଥ

ଅନାଥ ଜନଙ୍କର ନାଥ         

ନମସ୍ତେ ପ୍ରଭୁ  ଜଗବନ୍ଧୁ

ଭକତ ଜନଙ୍କର  ବନ୍ଧୁ            

ନମସ୍ତେ ପ୍ରଭୁ ଚକାଡୋଳା

କଳି କଳୁଷ ବହି କଳା            

ନମସ୍ତେ ପ୍ରଭୁ ଭାବଗ୍ରାହୀ

ଭକ୍ତି ଭାବକୁ ଅଛ ଚାହିଁ              

ନମସ୍ତେ ପ୍ରଭୁ ଲକ୍ଷ୍ମୀକାନ୍ତ

ନାହିଁ ତୁମର ଆଦି ଅନ୍ତ              

ନମସ୍ତେ ପ୍ରଭୁ ଅନ୍ତର୍ଯ୍ୟାମୀ

ପିଣ୍ଡ ଓ ବ୍ରହ୍ମାଣ୍ଡର ସ୍ବାମୀ            

ନମସ୍ତେ ପ୍ରଭୁ  ନାରାୟଣ

ନମସ୍ତେ ଦେବକୀ ନନ୍ଦନ   ।         

 କମଳାକାନ୍ତ ହେ କଳା ସାଆନ୍ତ

 ତୁମେ ହିଁ ସତ୍ୟ,ତୁମେ ଅଟ ପଥ        

 ନୀଳାଚଳ ଧାମେ ଶ୍ରୀଜଗନ୍ନାଥ

 ସକଳ ପ୍ରାଣର ପରାଣ-ନାଥ 

 କିଏ କହେ ତୁମେ ଜଗତ-ନାଥ

 କିଏ କହେ ତୁମେ ଅନାଥ ନାଥ

 କିଏ କହେ ତୁମେ ମୁକ୍ତି ର ପଥ

 କିଏ କହେ ତୁମ ନାମ ହିଁ ସତ୍ୟ

 ସଂସାର ମାୟାରେ ହୋଇ ଜଡ଼ିତ

 ଭୁଲି ଯାଉଛି ଜୀବ ମୁକ୍ତି ପଥ

 ତୁମ ନାମ ହେଉ ହୃଦେ ଜାଗ୍ରତ 

 ସବୁ ମିଛ ମାୟା,ତୁମେ ହିଁ ସତ୍ୟ

 ନିତ୍ୟ ଯନ୍ତ୍ରଣାରେ ମନ ଚିନ୍ତିତ

 ବ୍ରହ୍ମ ଓ ବ୍ରହ୍ମଜ୍ଞାନ ଅବିଦିତ 

 ମଣିଷ ହୋଇ ପାପ ରେ ପତିତ

 ଜୀବନ ସାରା କୁକର୍ମ ଜଡିତ

 ପତିତ ପାବନ ହେ ଜଗନ୍ନାଥ

 ମୁକ୍ତି ପଥ ମୋ ,ହେଉ ଉଜ୍ଜୀବିତ 

 ପୁରାଣ ପାଠ ବୁଝୁ ନାହିଁ କିଛି

 ତୁମେ ହିଁ ମୁକ୍ତି ଏତିକି ବୁଝିଛି

 କଳା ଠାକୁର,କାଳିଆ-ସାଆନ୍ତ

 କାଳିଆ ନାମ ସର୍ବତ୍ର ବିଦିତ

 କାଳିଆ ପୁଣି କମଳାକାନ୍ତ ଜଡ଼ିତ

 ପାପ ରୁ ମୁକ୍ତି କାଳିଆ ଚରିତ୍ର

 ସେଇ କାଳିଆ ସାଆନ୍ତ ଶରଣେ 

 ମନ ମୋ ରହୁଥାଉ ପ୍ରତି କ୍ଷଣେ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract