Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Classics Others

4  

Ashis Kumar Swain

Classics Others

କଳା କାହ୍ନୁ ଆସୁଛି

କଳା କାହ୍ନୁ ଆସୁଛି

1 min
343



ଘଣ୍ଟୁଆ ବଜାରେ ବଜା ଘଣ୍ଟକୁ ବଜା

ଟିକେ ଭାବ ଭକତିରେ ବଜା

ହରିବୋଲ ହୁଳହୁଳି ପଡୁଛି

ଦେଖ ଝୁଲି ଝୁଲି କଳା କାହ୍ନୁ ଆସୁଛି

ମୋ କଳା ଠାକୁର ଦେଖ ରଥେ ଆସୁଛି ...( ୧ )

ରଥେ ଶ୍ରୀସୁଦର୍ଶନ କାଳିଆ ବଳିଆ

ପୁଣି ବିଜେ ଭଉଣୀ ସୁଭଦ୍ରା

ରଥରୁ ହୋ ଭକତେ ହୋ ଶୁଭୁଛି

ଦେଖ ଝୁଲି ଝୁଲି କଳା କାହ୍ନୁ ଆସୁଛି

ମୋ କଳା ଠାକୁର ଦେଖ ରଥେ ଆସୁଛି ...( ୨ )

ଘର୍ଘର ନାଦରେ ପଥେ ରଥ ଗଡୁଛି

ଶରଧା ବାଲି ହସି ଉଠୁଛି

ପୁରୀ ଜନ ସମୁଦର ହୋଇଛି

ଦେଖ ଝୁଲି ଝୁଲି କଳା କାହ୍ନୁ ଆସୁଛି

ମୋ କଳା ଠାକୁର ଦେଖ ରଥେ ଆସୁଛି ... ( ୩ )

ମାଉସୀ ମାଆ ଜଗାକୁ ଚାହିଁ ରହିଛି

ଶ୍ରଦ୍ଧାରେ ପୋଡ଼ ପିଠା କରିଛି

କାଳିଆ ବଳିଆ ଧାଇଁ ଆସିଛି

ଦେଖ ଝୁଲି ଝୁଲି କଳା କାହ୍ନୁ ଆସୁଛି

ମୋ କଳା ଠାକୁର ଦେଖ ରଥେ ଆସୁଛି ...( ୪ )

ପତିତ ଉଦ୍ଧାର ପାଇଁ ଲୀଳା ଚାଲିଛି

ରଥରୁ ହାତ ଠାରି ଡାକୁଛି

ଭେଦ ଭାବ ସବୁ ଦୂର ହୋଇଛି

ଦେଖ ଝୁଲି ଝୁଲି କଳା କାହ୍ନୁ ଆସୁଛି

ମୋ କଳା ଠାକୁର ଦେଖ ରଥେ ଆସୁଛି ...( ୫ )

ବଡ଼ ଦାଣ୍ଡରେ ଝୁଲି ଝୁଲି କିଏ ଆସୁଛି

ଆନନ୍ଦେ ଅଶ୍ରୁ ଝରି ପଡୁଛି

ଆପେ ଆପେ ହାତ ଉଠି ଯାଉଛି

ଦେଖ ଝୁଲି ଝୁଲି କଳା କାହ୍ନୁ ଆସୁଛି

ମୋ କଳା ଠାକୁର ଦେଖ ରଥେ ଆସୁଛି ... ( ୬ )


Rate this content
Log in

Similar oriya poem from Classics