Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Abstract Tragedy

5.0  

Ashis Kumar Swain

Abstract Tragedy

ଯୌତୁକ ସମସ୍ୟା

ଯୌତୁକ ସମସ୍ୟା

1 min
826


ସ୍ରଷ୍ଟାଙ୍କର ଶ୍ରେଷ୍ଠ ସୃଷ୍ଟି ବିବାହ ବନ୍ଧନ,

ବିଧାତା ଗଢିଛି ଏହା ବିଧିର ବିଧାନ ।

ବିବାହ ବନ୍ଧନ ଏକ ପବିତ୍ର ସମ୍ଭାର,

ନରରୂପୀ ରାକ୍ଷସର ଅଟେ ସୌଦାଗର ।

ପିତା ମାତା ପାଇଁ କନ୍ୟା କଳଙ୍କ ସାଜିଛି,

ଯୌତୁକ ସମସ୍ୟା ଯେବେ ମୁଣ୍ଡଟେକି ଅଛି ।

ଏ ଯୁଗ ମଣିଷ ଏବେ ରାକ୍ଷସ ସାଜିଛି,

ଯୌତୁକ ଓ ନିର୍ଯାତନା ସେ ସୃଷ୍ଟି କରିଛି । ଆଦିବାସୀ ସମାଜରେ ଝୋଲା ବିଧି ଅଛି,

କନ୍ୟା ପିତାଙ୍କୁ ସମୁଦୀ ଅର୍ଥ ଦାନ କିଛି ।

ମନୁ ସ୍ମୃତିରେ ବିବାହ ଆଠ ପ୍ରକାରର ,

କନ୍ୟା ପିତା ବରପକ୍ଷ ଶୂନ୍ୟ ଯେ ବେଭାର ।

ରାମ ଓ କୃଷ୍ଣ ଗ୍ରନ୍ଥେ ଅଛି ଯୌତୁକ ପ୍ରଥା,

ଏଯୁଗେ ସାଜିଛି ଏହା ସାମାଜିକ ବ୍ୟଥା । ସୁଭାରତର ଐତିହ୍ୟ ବିକୃତ ହୋଇଛି,

ଯୌତୁକ ସମସ୍ୟା ଯେବେ ଘରେ ପସିଅଛି । ସୌଖିନ ବିଳାସ ଯେବେ ନହେଲେ ପୂରଣ, ଶାଶୁଘରେ ନବବଧୂ ମୃତ୍ୟୁଦଣ୍ଡ ଜାଣ ।

ନିର୍ଯାତନା ଅପରାଧ ବଢ଼ି ତ ଚାଲିଛି ,

ଆଇନର କଟକଣା ବିଫଳ ହୋଇଛି ।

ନାରୀ ଶିକ୍ଷା ଓ ନିଯୁକ୍ତି ହେଲେ ଅଗ୍ରଗତି, ନିର୍ଯାତନାରୁ ସୁଫଳ ପାଇବ ସ୍ତ୍ରୀ ଜାତି ।

ସୁନ୍ଦର ସମାଜଟିଏ ସ୍ରଷ୍ଟା ଯେ ଗଢିଲେ,

ସାମାଜିକ କୁସଂସ୍କାର ସଂସାରେ ଖଞ୍ଜିଲେ ।

ଆସ ଆସ ଧାଇଁ ଆସ ସଂସ୍କାରୀ ପୁରୁଷ ,

ନାରୀ ନିର୍ଯ୍ୟାତନା ଯୌତୁକ କରିବା ନାଶ ।


Rate this content
Log in

Similar oriya poem from Abstract