ତୁମେ ତୁମେ ତୁମେ
ତୁମେ ତୁମେ ତୁମେ
ସୁଖ ଦୁଃଖ ତୁମେ
ଭଲ ମନ୍ଦ ତୁମେ
ଜୀବନ ଯୁଦ୍ଧରେ ତୁମେ
ମିଛ ସତ ତୁମେ
ପାପ ପୁଣ୍ୟ ତୁମେ
ଜଗତରେ ଶ୍ରେଷ୍ଠ ତୁମେ ।
ଇହ ପର ତୁମେ
ବାପା ମାଆ ତୁମେ
ଅତି ଆପଣାର ତୁମେ
ସ୍ନେହ ପ୍ରେମ ତୁମେ
ଗୁଣ ଦୋଷ ତୁମେ
ଅତି ପରିଚିତ ତୁମେ ।
ବାଟ ଘାଟ ତୁମେ
ଖାଲ ଢ଼ିପ ତୁମେ
ପଥପ୍ରଦର୍ଶକ ତୁମେ
ଦିନ ରାତି ତୁମେ
ଜନ୍ମ ମୃତ୍ୟୁ ତୁମେ
ଅନ୍ଧାରେ ଆଲୋକ ତୁମେ ।
ଗୁରୁ ଶିଷ୍ୟ ତୁମେ
ପ୍ରଭୁ ଦାସ ତୁମେ
ନୂତନ ଅଧ୍ୟାୟ ତୁମେ
ଉଚ୍ଚ ନୀଚ୍ଚ ତୁମେ
ସାଧୁ ଠକ ତୁମେ
ଜୀବର ଜୀବନ ତୁମେ ।
ତୁଷ୍ଟ ରୁଷ୍ଟ ତୁମେ
ଶତ୍ରୁ ମିତ୍ର ତୁମେ
ସଂସାର ପ୍ରଣେତା ତୁମେ
ଅଗ ମୂଳ ତୁମେ
ଜଳ ସ୍ଥଳ ତୁମେ
ସୃଷ୍ଟିର ନିର୍ମାତା ତୁମେ ।
