STORYMIRROR

Ashis Kumar Swain

Abstract

3  

Ashis Kumar Swain

Abstract

ଜାୟାର ଭିକ୍ଷା

ଜାୟାର ଭିକ୍ଷା

1 min
677

ଯେତେବେଳେ ମୋର ମୃତ୍ୟୁ ହେବ ସ୍ବାମୀ ଯେତେବେଳେ ମୃତ୍ୟୁ ହେବ, ତୁମର କର୍ତ୍ତବ୍ୟ ମୋର ପାଇଁ ହେବ ମୋ ଅନୁରୋଧ ରଖିବ

ଦୟା ଶାନ୍ତି କ୍ଷମା କରୁଣା କାଠିକୁ କର୍ମ ଧର୍ମ ଦଣ୍ଡେ ବାନ୍ଧି, ଟେକି ମୋତେ ରଖିବ ଉପରେ ସଧବା ମୁଁ ହୋଇଥିବି

ଛଅ ଖଣ୍ଡ କାଠ ହାଣ୍ଡି ଆଟିକାକୁ ମୋ ପାଇଁ ସଜାଡି ଦେବ, ପାଦରେ ଅଳତା ମଥାରେ ସିନ୍ଦୂର ତୁମ ହସ୍ତରେ ନାଇବ

ମୋ ଶବ ଉପରେ ଅବିର ପକାଇ ରଙ୍ଗ ଖେଳେ ମାତୁଥିବ, ଜାତିଭାଇ ଡାକି କୋକେଇରେ ଧରି ରାଜଦାଣ୍ଡେ ଚାଲୁଥିବ

ରାଜଦାଣ୍ଡେ ପରେ କାନ୍ଦି କାନ୍ଦି ତୁମେ ଖଇ କଉଡ଼ି ବିଞ୍ଚିବ, ପୁଅ ଝିଅ ନାତି ନାତୁଣୀ ହସ୍ତରେ ଦୁହୁଡି କାଠିଟି ଦେବ

ମଡା ଭାଇମାନେ ତୁଣ୍ଡେ ଧରୁଥିବେ ରାମ ନାମ ସତ୍ୟ କହି, ଶ୍ମଶାନ ଭୂମିରେ ପହଁଚିବ ଯାଇ ନାମ ସଙ୍କୀର୍ତ୍ତନ ନେଇ

କାଠକୁ ସଜାଡି ଘୃତ ପୁଷ୍ପ ଦେଇ ଜୁଇରେ ଅନଳ ଦେବ, ମୋର କଥା ମନେ ପକାଇ ଦେବତା ଲୁହତ ଗଡ଼ାଉଥିବ

ବାହୁଡ଼ିବ ତୁମେ ଶ୍ମଶାନ ଭୂମିରୁ ରାଜଦାଣ୍ଡେ କାନ୍ଦି କାନ୍ଦି, ସଙ୍ଗରେ ମୋର ପୁଅ ଝିଅ ଥିବେ ତୁମ ପାଇଁ ଦେଲି ଛନ୍ଦି

ଜାୟା ମାୟା କରି ଚାଲି ଗଲା ବୋଲି ନ କରିବ କେବେ ଗାଳି, ଭଲରେ ମନ୍ଦରେ ମୋ ପ୍ରାଣ ଦେବତା ଶୁଣିଥିବ ତାଙ୍କ ଅଳି

ଦଶ ଦିନ ଦଶ କାମ ସାରି କାନ୍ତ ଏଗାରେ ଘିଅ କରିବ, ବାରଦିନ ବାରପତ୍ର କରିବାକୁ ପୁତ୍ରକୁ ମୋର କହିବ

ଯେତେ ଗୋଟି ଭିକ୍ଷା ମାଗିଲି ଦେବତା ସବୁତ ତୁମରି କାମ, ଆର ଜନ୍ମ କେବେ ମିଳନ ହୋଇବ ଅଧିନା ଚାହିଁଣ ଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract