STORYMIRROR

Ashis Kumar Swain

Romance

3  

Ashis Kumar Swain

Romance

ପ୍ରେମ

ପ୍ରେମ

1 min
336

ମହୋଦଧିରୁ ଏକ ଫଳ ରୂପକ ନାଲି ରଙ୍ଗର ତିର୍ଯକ୍ ହଠାତ୍ ପଡ଼ିଲା ମୋ ଉପରେ

ସତେ ଅବା ଶରୀରରେ ଗୁଞ୍ଜରିତ କଲା ଉଠି ଆସ ଉଠି ଆସ ଠିକ୍ ପ୍ରାତଃ ୯.୩୦ ଘଟିକାରେ

ସବୁଜିମାମୟ ରାଜ ରାସ୍ତାରେ ଦୁଇ ଚକିଆ ଯାନରେ ଗୁଣୁ ଗୁଣୁଁ ଶବ୍ଦ କରି ସୌନ୍ଦର୍ଯ୍ୟମୟୀ ଚିଲିକା ରାଣୀକୁ ଅନେଇ ଯାଉଥାଏ

ମନ ଭିତରେ ସୃଷ୍ଟି ହୁଏ ଆଶାର ଆହ୍ଲାଦ

ସତେ ଅବା କିଏ ଡାକୁଥାଏ ମୁଁ ଅଛି ଏଠାକୁ ଆସ

ଯୁଗ ଯୁଗର ସତେ ଅବା ମିଳନ ସତେ ଅବା ସମ୍ପର୍କ

ସେ ରାଜ ରାସ୍ତାରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଞ୍ଚି ଯାଇଥାଏ

ମୁଁ ବସିଥାଏ ସେଇ ଭଙ୍ଗା ପାଚେରୀ ଉପରେ

ଦୂରରୁ ଦେଖେ ସୁନ୍ଦରୀ ରମଣୀ ଯୁବାକୁ

ସେ ଆସି ମୋ ପାଖରେ ଛିଡା ହୋଇଥାଏ

ଆଖିଠାର କରି ମୁଁହେଁ ସ୍ମିତ ହସ ଓ ଇସାରା ଇଂଗିତ କରୁଥାଏ

ମୁଁ ଅବାକ୍ ହୋଇ ତାର ମୁଖ ମଣ୍ଡଳକୁ ଚାହିଁ ରହିଥାଏ

କିଛି କ୍ଷଣ ପରେ ଚାଲିଯାଏ ମୋ ପାଖରୁ

ମୋ ମନ ହୃଦୟ ସ୍ପନ୍ଦନ ଖୋଜିଲା ତାକୁ

ମନ ବିଚଳିତ ଓ ଚଳଚଞ୍ଚଳ ହୋଇ ଉଠିଲା ଏବଂ ବ୍ୟବହାରରେ ମୋର ପରିବର୍ତ୍ତନ ଘଟିଲା

ପ୍ରତିଟି ମୁହୂର୍ତ୍ତରେ ତା ମୁହଁ ମୋ ଆଗେ ଝଲସି ଉଠିଲା

ସେହି ଠାରୁ ମୁଁ ଜାଣି ପାରିଲି ମୋ ହୃଦୟର ନାୟିକା ମନର ମାନସୀ ମୋତେ ମିଳିଛି

ମୁଁ ତା ପ୍ରେମରେ ପଡ଼ିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance