STORYMIRROR

Ashis Kumar Swain

Romance Tragedy

3  

Ashis Kumar Swain

Romance Tragedy

ବଞ୍ଚିବି କେମିତି କହଲ ସୁନ୍ଦରୀ

ବଞ୍ଚିବି କେମିତି କହଲ ସୁନ୍ଦରୀ

1 min
11.5K


ବସି ମୁଁ ଭାବୁଛି ମନେ ବି ପଡୁଛି

କେଇପଦ ମିଠା କଥା

ପ୍ରତାରଣା କରି ଛାଡ଼ି ଚାଲିଗଲୁ

ହୃଦୟରେ ଦେଲୁ ବ୍ୟଥା ।

ପ୍ରେମ ମୋର ପାଇଁ ସମୁଚ୍ଚ କୋଣାର୍କ

ତୋର ପାଇଁ ବାଲି ଘର

ବିଶ୍ଵାସର ବିଷ ମଞ୍ଜି ପୋତିଦେଇ

ହୋଇଗଲୁ ସ୍ୱାର୍ଥପର ।

କେଦାର ଗୌରୀ ଏବଂ ଲୈଲା ମଜନୁ

ପ୍ରେମର ମାଇଲ୍ ଖୁଣ୍ଟ

ତୋ ପ୍ରେମ ନୁହେଁ ତାଙ୍କ ପରିକା ଲୋ

ବିଶ୍ୱାସ ଘାତକ ତୁତ ।

ଜହ୍ନ ରାତି ପାଇଁ କଇଁ ବି ଝୁରଇ

ଝୁରଇ ଏ ପ୍ରେମ ମନ

କାହିଁ କି କେଜାଣି ରହି ମୁଁ ପାରୁନି

ଖୋଜଇ ମୁଁ ରାତି ଦିନ ।

ଭଅଁର ଯେମିତି ଖୋଜଇ ଗୋଲାପ

ସେମିତି ମୁଁ ଖୋଜେ ତୋତେ

ଏମିତି କାହିଁକି ଭଲ ପାଇଲି ଲୋ

ଜାଳିଦେଲୁ ତୁତ ମୋତେ ।

ମୁଁ ତ ଦେଉଥିଲି ମଳୟ ପବନ

ତୁତ ଦେଲୁ ଝାଞ୍ଜି ଖରା

ବଞ୍ଚିବି କେମିତି କହଲ ସୁନ୍ଦରୀ

କରିଦେଲୁ ଦରମରା ।  । ୨ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance