STORYMIRROR

Budhadeba Nayak

Classics

4  

Budhadeba Nayak

Classics

ପର୍ବ

ପର୍ବ

1 min
412

ବରଷକ ବାରମାସ

ବାରମାସେ ତେର ପରବ

ତା ମଧ୍ୟେ ରଜ ପରବ

ଆମ ଓଡ଼ିଆଙ୍କ ବଡ଼ ପରବ ।


ଆସିଛିରେ ଭାଇ ରଜ

ଦେଖ ବରଷକୁ ଥରେ ଆସିଛି ରଜ

ଘେନି ନୂଆ ସଜବାଜ

ଚଞ୍ଚଳ ସଜେଇ ଆସଲୋ ଭଉଣୀ

ପାଳିବା ମିଶିକି ରଜ ।


ଆରିସା ,କାକରା ,ପୋଡ଼ପିଠା ସାଥେ

କଲେ ଜାକିଥିବୁ ଖଣ୍ଡେ ପାନ

ତିନି ଦିନ ଧରି ଦୋଳିରେ ଝୁଲିବା

ମନ ଭାରି ଛନଛନ।


କଦଳୀପାଟୁଆ କଠଉକୁ ପିନ୍ଧି

ଧରାରେ ତୁ ଗୋଡ଼ ରଖିବୁ

ପନିପରିବାକୁ କାଟିବୁନୁ ଜମା

ପନିକି ଦୂରେଇ ରହିବୁ ।


କରିବୁନୁ ଲାଜ ହେବୁ ବେଗେ ସଜ

ଗାଁ ମୁଣ୍ଡେ ବନ୍ଧା ଦୋଳି

ପାନ ଖଣ୍ଡେ ଜାକି ପୋଡପିଠା ଖାଇ

ଯିବୁ ଧାଇଁ ଦୋଳି ଖେଳି।


ପାହାନ୍ତି ପ୍ରହରୁ ଉଠିବୁ ସକାଳୁ

ଗୋବରକୁ ଲିପି ଦେବୁ

ରାତି ପାହୁ ପାହୁ ନିତ୍ୟକର୍ମ ସାରି

ପୋଡ଼ପିଠା କରି ଦେବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics