STORYMIRROR

Manaswinee Dash

Classics

4  

Manaswinee Dash

Classics

ଶେଷ ସୁଯୋଗ

ଶେଷ ସୁଯୋଗ

1 min
339


ଜୀବନ ଆରମ୍ଭ ରୁ ମ୍ରୁତ୍ୟୁ ଯାଏ, 

କେତେ ସୁଯୋଗ ଆସିଥାଏ ଓ ଯାଏ। 

ସୁଯୋଗ, ପ୍ରଥମ ହଉ ବା ଶେଷ, 

ଜୀବନରେ କିଛିଟା ଅନୁଭୁତି ଛାଡିଯାଏ। 


ଜୀବନ ପ୍ରତିଟି ନିମିଷରେ

ସୁଯୋଗ ଦେଇଚାଲେ, 

କେବେ କିଛି ପାଇବାର, 

ପୁଣି କେବେ ହରେଇବାର। 


କେତେ ସୁଯୋଗ

ସମୟ ଥାଉ ଥାଉ ଜାଣିହୁଏ, 

କେତେ ଗଲାପରେ ପଶ୍ଚାତାପ ହୁଏ, 

ହେଲେ ଜୀବନରେ ସୁଯୋଗ ଆସିଥାଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics