STORYMIRROR

Premalata Giri

Classics

4  

Premalata Giri

Classics

ବୁଲନ୍ଦି

ବୁଲନ୍ଦି

1 min
375


 କେଉଁ ନାମ ଧରି ମାଟିର ମମତା

 ମରମେ ମରମେ ଘାରେ,

କେଉଁ ଶୂନ୍ୟତାରେ ଆକାଶ ନୀଳିମା

  ଚାନ୍ଦିନୀ ରାତିରେ ଝୁରେ। 

କେଉଁ ଅନଳରେ ଜଳିପୋଡିଯାଏ

  ହୁଦୟର କନ୍ଦରରେ,

କେଉଁ ପବନରେ ମନ ଉଡିଯାଏ

 ଦୂର କୁଞ୍ଜବନାନୀରେ। 

କେଉଁ ଇଛା ନେଇ ନଈ ଗୀତଗାଏ

  ଗିରି ପାହାଡର ତଳେ ,

କେଉଁ ପୂଜା ପାଇଁ ଫୁଲ ଫୁଟିଯାଏ

  ନୈମିତର ସୁମନରେ।

କେଉଁ ପ୍ରତିଶ୍ରୁତି ଋତୁ ବଦଳାଏ

  ବାରମାସୀ ଚଢେଇରେ,

କେଉଁ ଭରସାରେ ବାଦଲ ବରଷେ

 ବର୍ଷା ହୋଇ ଆବେଗରେ। 

କେଉଁ ପରଦେଶୀ ପ୍ରେମ ଦେଇଯାଏ

 ଭାବିବାକୁ ନିରୋଳାରେ,

କେଉଁ ପ୍ରୀତିନନ୍ଦା ନିଦଭରା ରାତି

  ମଧୁଝରା ଲଗନରେ । 

କେଉଁ ଚିତ୍ରଲେଖା ଆଙ୍କିଦିଏ ଚିତ୍ର

    ଷୋରିଷଫୁଲ କ୍ଷେତରେ,

କେଉଁ ପୌରଷର ଦିନଲିପି ସ୍ୱାର୍ଥ

  ଅରଣ୍ଯାନୀ ଅଙ୍ଗନରେ। 

କେଉଁ ଶବ୍ଦ ଦେଇ ନିରାକାର ରୂପ

     ଶବ୍ଦମୟ ସାକାରରେ,

 କେଉଁ ରୂପକାର ରୂପ ଦେଇପାରେ

  ଜୀବନକୁ ସୁମଧୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics