STORYMIRROR

Pramodini Parichha

Classics

4  

Pramodini Parichha

Classics

ମନ ପକ୍ଷୀ

ମନ ପକ୍ଷୀ

1 min
231

ମନ ପକ୍ଷୀ ମୋର

   ଉଡିଯାଆନ୍ତା କି

      ମନୁଆ ଠାକୁର ପାଶେ

ମନ ଭରି ତାକୁ

      ଦେଖନ୍ତି ମୁଁ ଟିକେ

        ଦୁଃଖ ମିଶା ଦରହାସେ।


ମନେ ଯାହା ଅଛି

    ଅକୁହା ବେଦନା

      ଗାଆନ୍ତି ଗୀତରେ ଯାଇ

ଭୋକ ଶୋଷ ସବୁ

   ଭୁଲି ମୁଁ ଯାଆନ୍ତି

      ତା ସାଥିରେ ଭେଟହୋଇ।


କେମିତି ବୁଝିବୁ

     ମନ କଥା ମୋର

        ତୁ ପରା ମନୁଆ ରଜା

ମନ ହେଲେ ଖାଉ

    କ୍ଷୀରି,ପୁରି,ଅନ୍ନ

        ଶାକର ସହିତ ଖଜା ।


ଷାଠିଏ ପଉଟି

   ଖଞ୍ଜା ତୋହ ପାଇଁ

      ଚାଲିଛି ଆନନ୍ଦେ ସଜା

ମୋ ପାଇଁ କାହିଁକି

      ଏତେ ନିରିଦୟ

        ମିଳୁନି ମଳୁଖ ଭଜା।


ମନେ ମନେ ଝୁରେ 

    କଳା ସାଆନ୍ତ ହେ

      ପାଖକୁ ନିଅହେ ଡାକି

ମନପକ୍ଷୀ ମୋର

     ମିଶନ୍ତା ତୋଠାରେ

       ଜୁଇଟା ହୁଅନ୍ତା ସାକ୍ଷୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics