STORYMIRROR

Mahendra Kumar Swain

Inspirational

3  

Mahendra Kumar Swain

Inspirational

ରାବଣ ବଧ ସୀତାଙ୍କ ଅଗ୍ନି ପରୀକ୍ଷା

ରାବଣ ବଧ ସୀତାଙ୍କ ଅଗ୍ନି ପରୀକ୍ଷା

4 mins
148

ରାବଣ ସମେତ ବଂଶ କୁ ତାହାର

ପ୍ରଭୁ ଯେ ସମାପ୍ତ କଲେ

ବିଭୀଷଣଙ୍କୁ ଯେ ଲଙ୍କା ସିଂହାସନେ

ରାଜା କରି ବସାଇଲେ


ଖେଳିଗଲା ଖୁସି ତିନି ପୁରରେ ଯେ

ଦେବତା ଯେ ଖୁସିହେଲେ

ପ୍ରଭୁଙ୍କ ଉପରେ ସ୍ୱର୍ଗ ରେ ଥାଇକି

ଫୁଲ ବର୍ଷା କରାଇଲେ


କୁଟୀର ଭିତରେ ଲକ୍ଷ୍ମଣ ସହିତ

ପ୍ରଭୁ କଥା ହେଉଥିଲେ

ସେହି ସମୟରେ ବୀର ହନୁମାନ

ସେଠାରେ ପ୍ରବେଶ କଲେ


ପ୍ରଭୁ ଯେ କହିଲେ କୁହ ହନୁମାନ

ସୀତାଙ୍କର ମତେ କଥା

କେମିତି ଅଛନ୍ତି ଜନକ ନନ୍ଦିନୀ

ଲାଗୁଅଛି ମତେ ବ୍ୟଥା


କହିଲେ ହେ ପ୍ରଭୁ ଜଳ ବିନା ମାଛ

ଯେଉଁପରି ହୋଇଥାନ୍ତି

ସେହି ପରି ମାତା ଆପଣଙ୍କ ବିନା

ବହୁ କଷ୍ଟ ପାଉଛନ୍ତି


କହିଲେ ଯେ ହନୁ ଆଜ୍ଞା ଯେ ଦିଅନ୍ତୁ

ଏବେ ଯାଇ ମୁଁ ଆଣିବି

ମାତା ଙ୍କୁ ପାଛୋଟି ଆପଣଙ୍କ ପାଖେ

ପହଞ୍ଚାଇ ପ୍ରଭୁ ଦେବି


କହିଲେ ଯେ ପ୍ରଭୁ ଶୁଣ ହନୁମାନ

ମାତା ଯେ ଶିଘ୍ର ଆସିବେ

ଅପେକ୍ଷା ଯେ କର ବହୁ ଶିଘ୍ର ମାତା

ଦର୍ଶନ ସଭିଙ୍କୁ ଦେବେ


ବିଭୀଷଣ ଙ୍କୁ ଯେ କହିଲେ ତ ପ୍ରଭୁ

ଶୁଣ ଆହେ ଲଙ୍କା ପତି

ସୀତାଙ୍କୁ ଆଣିବା ବ୍ୟବସ୍ଥା ହେ କର

ଯାଅ ତୁମେ ଶିଘ୍ର ଅତି


ପ୍ରଭୁଙ୍କ କଥା କୁ ଶୁଣି ବିଭୀଷଣ

ହନୁମାନ ସହ ଗଲେ

ମାତା ଙ୍କୁ ସେଠାରୁ ଆଣିବା ପାଇଁକି

ବ୍ୟବସ୍ଥା ଯେ କରାଇଲେ


ପ୍ରଭୁ ଲକ୍ଷ୍ମଣ ଙ୍କୁ ପାଖକୁ ଡାକିକି

କହିଲେ ଲକ୍ଷ୍ମଣ ଶୁଣ

ସୀତା ଯେ ଆସିବେ ଅଗ୍ନି ଦ୍ୱାର ଡେଇଁ

ବ୍ୟବସ୍ଥା କରିବ ପୁଣ


କ୍ରୋଧାନ୍ୱିତ ହୋଇ ଲକ୍ଷ୍ମଣ ଚାହିଁଲେ

କହିଲେ ହେ ଭାଇ ଶୁଣ

ମାତା ସମ ମୋର ଜନକ ନନ୍ଦିନୀ

ଅଗ୍ନି କାହିଁ ପାଇଁ ପୁଣ


ଆପଣ ଯେ ତାଙ୍କ ସତିତ୍ୱ ଉପରେ

ଅବିଶ୍ୱାସ କରୁଛନ୍ତି

କେମିତି ହେ ପ୍ରଭୁ ମାତାଙ୍କୁ ଆପଣ

ହିନା ବୋଲି ଭାବୁଛନ୍ତି


ଯେଉଁ ମାତା ସୀତା ଲଙ୍କାର ଶୋଭା କୁ

ତୁଛ ବୋଲି ଭାବୁଥିଲେ

ଆପଣଙ୍କ ପାଇଁ ପ୍ରତୀକ୍ଷା କରି ସେ

ତିଳ ତିଳ ଜଳୁଥିଲେ


ଆପଣ ଯେ ଯଦି ସତିତ୍ୱ ପରୀକ୍ଷା

ନେବାକୁ ହେ ଚାହୁଁଛନ୍ତି

ଏମିତି ହେବାକୁ ଦେବି ନାହିଁ ଭାଇ

ଲକ୍ଷ୍ମଣ ଯେ କହୁଛନ୍ତି


ଆପଣଙ୍କ ବିପକ୍ଷରେ ଆହେ ପ୍ରଭୁ

ଅସ୍ତ୍ର ମୁଁହି ଉଠାଇବି

ମାତାଙ୍କୁ କେବେବି ପରୀକ୍ଷା ଦେବାକୁ

ଆପଣଙ୍କୁ ମୁଁ ନଦେବି



କହିଲେ ତ ପ୍ରଭୁ ଶୁଣ ହେ ଲକ୍ଷ୍ମଣ

ରାଗ ତୁମେ ଶାନ୍ତ କର

ସୀତା ଯେ ମୋହର ହୃଦୟ ଅଟନ୍ତି

ଭାବିବି କେମିତି ପର


ସୀତାରାମ ପରା ଗୋଟିଏ ଅଟନ୍ତି

ଅବିଶ୍ୱାସ କଥା ନୁହଁ

ଅଗ୍ନିଦେବ ଙ୍କୁ ଠୁ ସୀତାଙ୍କୁ ଆଣିବି

ଏକଥା ଯେ ଜାଣିନାହଁ


କଥା ମୋର ତୁମେ ନ ଶୁଣୁଣୁ ଆଗ

ଯୁଦ୍ଧ ପାଇଁ କହୁଅଛ

ନିଜ ଭାଇ ପାଇଁ ସାଥେ ବିଦ୍ରୋହ ପାଇଁକି

ତୁମେ ଚିନ୍ତା କରୁଅଛ


ଲକ୍ଷ୍ମଣ କାନ୍ଦିଣ କହିଲେ ହେ ପ୍ରଭୁ

କ୍ଷମା ମତେ କରିଦିଅ

ତୁମକୁ ହେ ଭାଇ ରାଣ ଦେଉଅଛି

ସତ କଥା ମତେ କୁହ


କହିଲେ ହେ ଶୁଣ ଲକ୍ଷ୍ମଣ ମୋହର

ମାତା ସୀତା ରହିଛନ୍ତି

ରାବଣ ଯେ ଯାହାକୁ ସାଙ୍ଗେ ନେଇଥିଲା

ଛାୟା ସୀତା ସେ ଅଟନ୍ତି


ରାବଣ କେବେବି ସତୀ ସୀତାଙ୍କୁ ଯେ

ଛୁଇଁ ଯେ ପାରି ନଥାନ୍ତା

ଛୁଇଁ ଥିଲେ ସିଏ ହାତ ଯେ ତାହାର

ଅଗ୍ନିରେ ଯେ ଜଳିଥାନ୍ତା


ମାୟା ମୃଗ ଯେବେ ଆସିବାର ବେଳେ

ହୋଇଗଲା ଜାଣିଗଲି

ଦେବୀ ସୀତାଙ୍କୁ ଯେ ଅଗ୍ନି ଦେବତା ଙ୍କ

ପାଖରେ ମୁ ଛାଡିଥିଲି


ଛାୟା ସୀତା ରୂପେ ସେହି ଦିନ ଠାରୁ

ଆମେ ପାଖେ ରହିଛନ୍ତି

ପ୍ରକୃତ ରେ ସୀତା ଅଗ୍ନିଙ୍କ ପାଖରେ

ସୁରକ୍ଷିତ ରହିଛନ୍ତି


ଶୁଣି ଏହି କଥା ଲକ୍ଷ୍ମଣ କହିଲେ

ପ୍ରଭୁ ମତେ କ୍ଷମା କର

ନ ଜାଣି ନ ଶୁଣି କହିଦେଇଥିଲି

କ୍ଷମା ଭାଇ ମତେ କର


ଏହି ସମୟରେ ବାହାରେ ଶୁଭିଲା

କୋଳାହଳ ର ଯେ ସ୍ୱର

ଦୁଇ ଭାଇ ଗଲେ କୁଟୀର ବାହାର

ଦେଖିଲେ ଯେ କାହା ସ୍ୱର


ପାଲିଙ୍କି ରେ ବସି ମାତା ଆସୁଛନ୍ତି

ବାନରଙ୍କ ଗହଣରେ

ଦେଖିବା ପାଇଁକି ମାତାଙ୍କୁ ସେମାନେ

ଆସୁଛନ୍ତି ଗହଳି ରେ


ପ୍ରଭୁ ଯେ କହିଲେ ଶୁଣ ହନୁମାନ

ପାଲିଙ୍କି ସେଠାରେ ରଖ

ମାତା ଯେ ସଭିଙ୍କୁ ଦର୍ଶନ ଯେ ଦେବେ

ପାଲିଙ୍କି ସେଠାରେ ରଖ


ସମସ୍ତ ବାନର ମାତାଙ୍କ ସନ୍ତାନ

ସମସ୍ତଙ୍କୁ ଦେଖାଦେବେ

ସେହିଠାରୁ ମାତା ପାଲିଙ୍କି ରୁ ଆସି

ଏହିଠାକୁ ସେ ଆସିବେ


ପାଲିଙ୍କିରୁ ମାତା ଜାନକି ବାହାରି

ପ୍ରଭୁଙ୍କ ଆଡକୁ ଗଲେ

ମାତା ଙ୍କୁ ଦେଖିଣ ସଭିଏଁ ଯେ ସେଠି

ବାନର ଯେ କାନ୍ଦୁଥିଲେ


ପ୍ରଭୁ ଯେ କହିଲେ ଶୁଣ ହେ ଜାନକୀ

ଅଗ୍ନି ଡେଇଁ କରି ଆସ

ଅଗ୍ନି ରେ ପଶି ହେ ଜାନକୀ ହେ ତୁମେ

ମୋହରି ପାଖକୁ ଆସ


ଶୁଣି ଯେ ସଭିଏଁ ଆଶ୍ଚର୍ଯ୍ୟ ହୋଇଲେ

ସମସ୍ତେ ତ କାନ୍ଦୁଥିଲେ

ମାତା ଜାନକୀ ଙ୍କୁ ସମସ୍ତେ ସେଠାରେ

ଅନେଇ ଯେ ରହିଥିଲେ


କହିଲେ ଜାନକୀ ଶୁଣ ହେ ଲକ୍ଷ୍ମଣ

ଅଗ୍ନି ର ବ୍ୟବସ୍ଥା କର

ଅଗ୍ନି ଭିତରେ ମୁଁ ପ୍ରବେଶ କରିବି

ଅଗ୍ନି ସଂଯୋଗ ହେ କର


ଲକ୍ଷ୍ମଣ ଯାଇ ଅଗ୍ନି ଯେ କରିଲେ

ମାତା ଯେ ପ୍ରବେଶ କଲେ

ଉପସ୍ଥିତ ଥିବା ସମସ୍ତେ ସେଠାରେ

ମାତା କୁ ଯେ ଚାହିଁଥିଲେ


ଅଗ୍ନି ରେ ପ୍ରବେଶ କରିଲେ ଯେ ମାତା

ଛାୟା ଯେ ଉଭେଇ ଗଲେ

ଅଗ୍ନି ଦେବତାଙ୍କ ସଙ୍ଗତରେ ମାତା

ବାହାରକୁ ଆସୁଥିଲେ


ସଭିଏଁ ଦେଖିଣ ଖୁସି ହୋଇଗଲେ

ମାତା ଙ୍କୁ ପ୍ରଣାମ କଲେ

ମାତା ସୀତାଙ୍କୁ ଯେ ଅଗ୍ନି ଦେବ ଆଣି

ପ୍ରଭୁଙ୍କ ପାଖେ ଛାଡିଲେ


ପ୍ରଭୁଙ୍କୁ ମାତାଙ୍କୁ ଯେ ପ୍ରଣାମ କରିଣ

ଅଗ୍ନି ଦେବେ ଚାଲିଗଲେ

ମାତା ପ୍ରଭୁଙ୍କୁ ଯେ ଏକାଠି ଦେଖିଣ

ଖୁସି ସର୍ବେ ହେଉଥିଲେ


ପ୍ରଭୁଙ୍କ ପାଦ କୁ ଛୁଇଁ କରି ମାତା

ପ୍ରଣାମ ଯେ କରୁଥିଲେ

ମାତାଙ୍କୁ ଦେଖିଣ ପ୍ରଭୁ ରାମଚନ୍ଦ୍ର

ମୁରୁକି ଯେ ହସୁଥିଲେ


ସଭିଙ୍କ ମିଳନ ହୋଇଲା ସେଠାରେ

ସଭିଏଁ ହୋଇଲେ ଖୁସି

ସଭିଏଁ ଫେରିଲେ ଅତି ଆନନ୍ଦରେ

ପୁଷ୍ପକ ବିମାନେ ବସି


ଧନ୍ୟ ପ୍ରଭୁ ତୁମେ ଧନ୍ୟ ତୁମ ଲୀଳା

କିଏବା ବୁଝି ପାରିବ

ସଂସାର ର ପିତା ପରମ ଈଶ୍ୱର

ଆଶିଷ ହେ ରଖିଥିବ


ନେଇ ତୁମ ନାମ ତୁଣ୍ଡରେ ମୋହର

କବିତା ମୁଁ ଲେଖୁଅଛି

ସରଳ ଭାଷା ରେ ମହିମା ତୁମର

ପ୍ରଭୁ ହେ ଲେଖି ଦେଉଛି



Rate this content
Log in

Similar oriya poem from Inspirational