STORYMIRROR

Jharana Rout

Tragedy

4  

Jharana Rout

Tragedy

ମାୟାବିନୀ

ମାୟାବିନୀ

1 min
326

   

   ଏମିତି ଜାଲରେ  ସେ ଛନ୍ଦିଣ ଦିଅନ୍ତି 

      କିଏ ସେ ବା ପାରିବ ଜାଣି

   ନିଜ ସ୍ୱାର୍ଥ ପାଁଇ ଅନ୍ୟ ସାଥେ ଖେଳନ୍ତି

      କେମିତିକା ମଣିଷ ସେହି ।


    ମିଠା ମିଠା କଥା ଏମିତି ସେ କୁହଇ

       ମନକୁ ନିଅଇ ସେ କିଣି

    ମନରେ ତାର ବିଷ ଉପରେ ସେ ହସଇ

       କିଏ ସେ ବା ପାରିବ ଜାଣି ।


     ବିଶ୍ୱାସରେ ସେ ଏତେ ଜହର ଭରଇ

       ଅନ୍ୟ ସାଥିରେ ସେ ଖେଳଇ

     ଛଳନା ମୟୀ ଗୋ ଏମିତି ନୀରୀଟିଏ

       ଅନ୍ୟ ପାଁଇ ଗାତ ଖୋଳଇ ।

 

      ମାୟାବିନୀ ସିଏ ମନ ମୋହିନୀ ରୂପ

        ତା ଉପରେ ଭରଷା ନାହିଁ

      କାହାକୁ ଜାଳିବ କାହାକୁ ସେ ମାରିବ

        ଦୟା ବୋଲି ସେ ଜାଣି ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy