STORYMIRROR

Kabiratna Nutan Kumar Behera

Tragedy Classics Inspirational

4  

Kabiratna Nutan Kumar Behera

Tragedy Classics Inspirational

ଦିନକାଳ

ଦିନକାଳ

1 min
305

        


ଦିନକାଳ !

କେବେ ସଦୟେ ହୁଅ ଶୁଭଦାୟକ

ମଙ୍ଗଳମୟ ପଥପ୍ରର୍ଦଶକ

କେବେ ନିର୍ମମ ଭାବେ ହୁଅ ନିର୍ଦ୍ଦୟ

ନେଇ ଆସ ଘନ ଅନ୍ଧାର

ଦୂରେଇ ଦେଇ ଚଲାପଥରୁ ଆଲୋକ

ତୁମେ ରହି ସାଥେ ସାଥେ

ହସ ଖୁସି ଆନନ୍ଦରେ କର ଉତ୍ସାହିତ

ମନେ ପ୍ରାଣେ ଭରି ଦିଅ ପ୍ରେରଣା

ଦୁଃଖ ବିପଦରେ ଦିଅ ସାନ୍ତ୍ଵନା

ନ ହଜାଇବାକୁ ଜୀବନର ଠିକଣା

ତୁମେ କାଳର କାଳ ମହାକାଳ

ମହାନୁଭବୀ ତ୍ରିକାଳ ଦର୍ଶୀ

ସୃଷ୍ଟିର ସୁରକ୍ଷା ଲାଗି ଜାଗ୍ରତ ପ୍ରହରୀ

ପ୍ରତି ମୁହୂର୍ତ୍ତକୁ କରାଅ ହୃଦୟସ୍ପର୍ଶୀ

ଦିନକାଳ !

ତୁମେ ସବୁଠାରୁ ବଡ଼ ଶ୍ରେଷ୍ଠ ପ୍ରିୟ ବନ୍ଧୁ

ଏକା କରି ଛାଡି଼ ଯାଅ ନାହିଁ କାହାକୁ

ହାତେ ହାତ ଧରି ବାଟ ଚଲାଅ

ନେଇ ଯାଅ ଆଗକୁ ଆଗକୁ

ତୁମେ ଅତୀତ ବର୍ତ୍ତମାନ ଭବିଷ୍ୟତ

ଗଢି଼ବାକୁ ସୁନ୍ଦର ଜୀବନ ହୁଅ ସହାୟକ

ବୁଦ୍ଧି ବିବେକକୁ କରାଅ ପରିଚାଲିତ

ତୁମେ ପ୍ରତିଟି ଘଟଣାର ପ୍ରତୀକ

ସଦାସର୍ବଦା ଆହ୍ବାନ ଦେଇ ଚାଲ 

ଲଢିବାକୁ ଜୀବନ ଯୁଦ୍ଧରେ

ତୁମେ ମହାନ ବଡ଼ ବଳବାନ 

ସମସ୍ତେ ନତ ମସ୍ତକ ହୁଅନ୍ତି ତୁମଠାରେ

ଗର୍ବୀର ଭାଙ୍ଗିଦିଅ ଗର୍ବ ଅହଂକାର

ସାଧକକୁ ନେଇଯାଅ ଶୀର୍ଷ

ତୁମକୁ ସମ୍ମାନ ଦେଇ ଚାଲଥାଏ ଯିଏ

ଦିଅ ତାକୁ ଉଚିନ ନିର୍ଭୁଲ୍ ପରାମର୍ଶ

ଦିନକାଳ !

ହାରିବା ଜିତିବା ହଜାଇବା ପାଇବା

ସବୁର ତୁମେ ତ ମୂକସାକ୍ଷୀ

ତୁମକୁ ଅମାନ୍ୟ କରି ଦେଖାଏ ଯିଏ ଦମ୍ଭ

ସେ ଅନ୍ଧ ଥିଲେ ବି ତାର ଆଖି

ତୁମେ ଯୁଗ ଯୁଗର ଅକ୍ଷୟ ଇତିହାସ

ଇନ୍ଧନ ଦିଅ ବଜାଇ ରଖିବାକୁ ଐତିହ୍ୟ

ସୂଚାଇ ଦିଅ ବାରମ୍ଵାର ସ୍ମରଣରେ

ଜୀବନ ପାଇଁ ଯନ୍ତ୍ରଣାକୁ କର ସହ୍ୟ

ଆଜି ଅଛି ଯାହା କାଲିକୁ ନଥିବ

ଏ ସଂସାରରେ କିଛି ନୁହେଁ ଚିରସ୍ଥାୟୀ

ସତ୍ୟ ସନାତନ ପରଂବ୍ରହ୍ମ ପ୍ରଭୁ ଚିନ୍ମୟ

କହୁଥାଅ ତାଙ୍କଠାରେ ହେବାକୁ ଆଶ୍ରୟୀ

ଆସେ ଯିଏ ଯାଏ ତ ନିଶ୍ଚୟ

ରହିଯାଏ ତାର ଯଶ କୀର୍ତ୍ତି ଅମ୍ଳାନ ଅମର

ସେ ସବୁର ତୁମେ ବାର୍ତ୍ତାବହ

କେହି ନ ଥିଲେ ବି ତୁମେ ଥିବ ଚିର

ତୁମେ ମହାଶକ୍ତି ଯୁଗ ଯୁଗାନ୍ତରର ପ୍ରବାହ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy